Latest Odisha News

ବିଧାନସଭାରେ ହାତ ଯୋଡ଼ି ମନ୍ଦିର ଖୋଲିବାକୁ ଗୁହାରି କଲେ ତାରା ବାହିନୀପତି

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଛି ଧାର୍ମିକ ସ୍ଥଳୀ । ବିଧାନସଭାରେ ଆଜି ମନ୍ଦିର ଖୋଲିବା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ହାତ ଯୋଡି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି, ରାଜ୍ୟରେ ୨୪ଘଣ୍ଟା ଭିତରେ ସବୁ ମନ୍ଦିର ଖୋଲାଯାଉ ।

ତାରା ବାହିନୀପତି କହିଛନ୍ତି, ପୁରୀ ଶ୍ରୀମନ୍ଦିରଠାରୁ ଆରମ୍ଭ କରି ରାଜ୍ୟର ସବୁ ମନ୍ଦିର ଖୋଲୁ । ସେବାୟତ ଓ ପୂଜକ ହଇରାଣ ହେଉଛନ୍ତି । ବାଧାପ୍ରାପ୍ତ ହେଉଛି ଜୀବିକା । ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ବାହିନୀପତି ।

ସେହିପରି ମନ୍ଦିର ନଖୋଲିବାକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ମହାରାଷ୍ଟ୍ରରେ ଅଧିକ ସଂକ୍ରମଣ ଥିଲେ ବି ମନ୍ଦିର ଖୋଲାଯାଇଛି । ଓଡିଶାରେ କାହିଁକି ଖୋଲାଯାଇନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

Leave A Reply

Your email address will not be published.