କଟକ: ଜଣେ ଦମ୍ପତି ଶୁକ୍ରବାର ଦିନ ଜୋବ୍ରା ନିକଟ ମହାନଦୀକୁ ଡେଇଁ ପଡ଼ିଥିବା ନଜର ଆସିଛି।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣଙ୍କ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ନଦୀକୁ ଡେଇଁବା ପୂର୍ବରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କୋୖଣସି କାରଣବଶତଃ ଝଗଡ଼ା ହୋଇଥିଲା। ତେବେ ଆତ୍ମହତ୍ୟା ପଛର କାରଣ ଏଯାବତ୍ ଜଣାପଡିନାହିଁ।
ତେବେ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
Comments are closed.