Latest Odisha News

BREAKING NEWS

ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ, ୩ ଜଣ ଗୁରୁତର

ବୌଦ୍ଧ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କାର୍ । ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛନ୍ତି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି ।

ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ମନ୍ଦର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ । ରାଉରକେଲାରେ ରହୁଥିବା ନିଜ ବାପାଙ୍କ ଅସୁସ୍ଥତା ଖବର ପାଇଁ ସୁରେନ୍ଦ୍ର ନିଜ ପତ୍ନୀ ଓ ସମ୍ପର୍କୀୟଙ୍କ ସହ କାରରେ ଗତକାଲି ରାତିରେ ବାହାରିଥିଲେ । ଆଜି ଭୋରରୁ ତାଙ୍କ କାର୍ ଭାରସାମ୍ୟ ହରାଇ ଚାରିଛକ ନିକଟରେ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା ।

କାରର ସମ୍ମୁଖ ଭାଗ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ହରଭଙ୍ଗା ଅଗ୍ନିଶମ ବାହିନୀ ଟିମ୍ । ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.