Latest Odisha News

BREAKING NEWS

ଓଡ଼ିଶାରେ ୪୦ରୁ ଖସୁନି କରୋନା ମୃତ୍ୟୁସଂଖ୍ୟା, ଆଜି ଗଲା ୪୩ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ସଂକ୍ରମଣ କମୁଥିଲେ ବି ମୃତ୍ୟୁରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଆଉ ୪୩ ଜୀବନ ନେଇଛି ପ୍ରାଣଘାତୀ କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅନୁଗୋଳ, କଟକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ କରୋନା ନେଇଛି ୪ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ । ବରଗଡ଼, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରୁ ଆଉ ୩ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ, ମୟୂରଭଞ୍ଜ, ପୁରୀ ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ସମ୍ୱଲପୁର ଜିଲ୍ଲାରୁ କରୋନାରେ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ହଜାର ୧୨୩କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.