Latest Odisha News

BREAKING NEWS

ବାଇକକୁ ପିଟିଲା ଟ୍ରକ: ଦମ୍ପତି ମୃତ, ଝିଅ ଗୁରୁତର

ଯାଜପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଦମ୍ପତି ମୃତ । ୮ ବର୍ଷର ଝିଅ ଗୁରୁତର ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ନେଉଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ । ଦମ୍ପତି ପ୍ରାଣ ହରାଇଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛି ୮ ବର୍ଷର କୁନି ଝିଅ । ତାକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ପରିଚୟ ମିଳି ପାରି ନାହିଁ । ଏହି ଘଟଣା ପରେ ଉତ୍ୟକ୍ତ ଲୋକ ନେଉଳପୁରଠାରେ ରାସ୍ତାରୋକ କରିଛନ୍ତି ।

Leave A Reply

Your email address will not be published.