Latest Odisha News

BREAKING NEWS

ଟେନସନ୍ ଦେଉଛି ଛତିଶଗଡ଼: ସୀମାନ୍ତବର୍ତ୍ତୀ ଓଡ଼ିଶାର ୮ ଜିଲ୍ଲାରେ ମାଡୁଛି ମହାମାରୀ

ଭୁବନେଶ୍ୱର: ଓଡ଼ିଶାକୁ ଘାରିଛି ଛତିଶଗଡ଼ ଟେନସନ୍ । ସେଠି ବ୍ୟାପୁଛି ମହାମାରୀ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତ ୮ ଜିଲ୍ଲାରେ ଉପରମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୧ ହଜାରରୁ ଅଧିକ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛନ୍ତି ୧୩ଶହ ୭୯ ପଜିଟିଭ୍ । ଏଥିରୁ କେବଳ ଛତିଶଗଡ଼ ସୀମାନ୍ତ ୮ ଜିଲ୍ଲାରୁ ଅଛନ୍ତି ୬୩୧ ସଂକ୍ରମିତ । ଯାହାକି ମୋଟ୍ ଆକ୍ରାନ୍ତଙ୍କ ୪୫ ପ୍ରତିଶତରୁ ଅଧିକ । ଏହି ଆଠଟି ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ।

ସେହିପରି ଏହି ୮ଟି ଜିଲ୍ଲାରେ କରୋନା ଆକ୍ଟିଭ୍ କେସ୍ ବି ଅଧିକ ରହିଛି । ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ ରହିଛି ୭ହଜାର ୯୭୯ । ଏଥିରୁ କେବଳ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ରହିଛି ପାଖାପାଖି ୪୫ ପ୍ରତିଶତ ସକ୍ରିୟ ମାମାଲ । ଏହି ୮ ଜିଲ୍ଲାରେ ମୋଟ୍ ୩ହଜାର ୫୫୧ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ସଂକ୍ରମଣ ବଢୁଥିବାରୁ ନବରଙ୍ଗପୁର ଓ କୋରାପୁଟରେ ସୀମା ସିଲ କରିଛି ପ୍ରଶାସନ । କଟକଣାକୁ କଡ଼ାକଡ଼ି କରାଯାଇଛି । ସୀମାରେ ଜୋରଦାର ଚାଲିଛି ଚେକିଂ । ରାଜ୍ୟ ବାହାରୁ ଆସିଲେ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇଲେ ଓଡ଼ିଶା ଆସିପାରିବେ । ନହେଲେ ସାତ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

Leave A Reply

Your email address will not be published.