Latest Odisha News

BREAKING NEWS

ମର୍ଣିଂୱାକ୍ ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଦମ୍ପତି ମୃତ

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଲାର ଧରମଗଡ ନିକଟ ୨୬ ନଂ ଜାତୀୟ ରାଜପଥରେ ଗୁରୁବାର ଦିନ ମର୍ଣ୍ଣିଂୱାକରେ ଯାଉଥିବା ବେଳେ ଜଣେ ଦମ୍ପତିଙ୍କୁ  ଏକ ଅଜଣା ଦ୍ରୁତଗାମୀ ଗାଡ଼ି ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ ଚନ୍ଦ୍ରଧ୍ୱଜ ଓ କଳବତି ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକମାନେ ରାସ୍ତାକୁ ଅବରୋଧ କରିଥିଲେ । ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ଦୁର୍ଘଟଣା ଘଟାଇଥିବା ଦ୍ରୁତଗାମୀ ଗାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ନେଇ ଜଣାପଡିଛି।

Leave A Reply

Your email address will not be published.