Latest Odisha News

BREAKING NEWS

୯ ବର୍ଷର ପୁଅକୁ ନଗ୍ନ କରି ଆପାର୍ଟମେଣ୍ଟରେ ଦୌଡ଼ାଇବା ପଡ଼ିଲା ମହଙ୍ଗା: ବାପାକୁ ୬ ମାସ ଜେଲ୍

ସିଙ୍ଗାପୁରରେ ଜଣେ ବାପାଙ୍କୁ ତାଙ୍କ ପୁଅକୁ ମାଡ଼ ମାରିବା ମହଙ୍ଗା ପଡ଼ିଛି। ଯେଉଁଠାରେ ଜଣେ ବାପା ନିଜର ୯ ବର୍ଷର ପୁଅକୁ ଏପରି ଏକ ଅଜବ ପ୍ରକାର ଦଣ୍ଡ ଦେଇଛନ୍ତି ଯାହା ସମାଜକୁ ଚିନ୍ତାରେ ପକାଇ ଦେଇଛି। ମିଛ କହିବା ଏବଂ ହସିବା ଅପରାଧରେ ୪୦ ବର୍ଷୀୟ ବାପା ନିଜର ନାବାଳକ ପୁଅକୁ ସମ୍ପୂର୍ଣ୍ଣ ନଗ୍ନ କରି ଆପାର୍ଟମେଣ୍ଟର ୮ମହଲା ରୁ ଲିଫ୍ଟ ଜରିଆରେ ଗ୍ରାଉଣ୍ଡ ଫ୍ଲୋରକୁ ଯିବାକୁ ଏବଂ ସେହି ଅବସ୍ଥାରେ ଫେରିବାକୁ ବାଧ୍ୟ କରିଥିଲେ।

ଏହି ଦଣ୍ଡ କାରଣରୁ ଶିଶୁଟିକୁ ସମସ୍ତଙ୍କ ଆଗରେ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ସାଧାରଣ ଅଞ୍ଚଳ ଏବଂ ଲିଫ୍ଟ ଲବି ଦେଇ ଯିବାକୁ ପଡ଼ିଥିଲା। ଏତିକିରେ ବାପାର ମନ ବଳି ନଥିଲା, ସେ ନିଜର ୭ ବର୍ଷୀୟ ଝିଅକୁ ଏହି ସମଗ୍ର ଘଟଣାର ଭିଡିଓ ରେକର୍ଡିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ଏବଂ ଝିଅଟି ଭୟରେ ତାହା କରିଥିଲା। ଅଦାଲତ ଏହି ଭିଡିଓକୁ ଏକ ଆଘାତ ଏବଂ ଭବିଷ୍ୟତ ପାଇଁ କ୍ଷତିକାରକ ବୋଲି କହିଛନ୍ତି।

ତଦନ୍ତରୁ ଜଣାପଡିଛି ଯେ, ଏହି ମାମଲାରେ ଅଭିଯୁକ୍ତ ବାପା ଜଣକ ପୂର୍ବରୁ ମଧ୍ୟ ଜାମିନରେ ଥିବା ସମୟରେ ନିଜ ଝିଅକୁ ମାଡ଼ ମାରି ଅପରାଧ ଦୋହରାଇଥିଲେ। ଶେଷରେ ସିଙ୍ଗାପୁରର ଏକ କୋର୍ଟ ଶିଶୁ ପ୍ରତି ଏଭଳି ଅମାନୁଷିକ ବ୍ୟବହାର ଏବଂ ନିର୍ଯାତନା ଅଭିଯୋଗରେ ସେହି ବାପାଙ୍କୁ ୬ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଘଟଣା ସାମାଜିକ ସ୍ତରରେ ବାପା-ମାଙ୍କ ଦାୟିତ୍ୱ ଏବଂ ଶିଶୁ ସୁରକ୍ଷାକୁ ନେଇ ପୁଣିଥରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.