Latest Odisha News

BREAKING NEWS

Wall Collapse: ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ; ଚାଲିଗଲା ବାପା-ମାଆଙ୍କ ଜୀବନ, ଝିଅ ଗୁରୁତର

ବାଲେଶ୍ୱର: ଜଳେଶ୍ବରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। କାନ୍ଥ ଭୁଶୁଡ଼ି ଦମ୍ପତି ମୃତ ଏବଂ ଝିଅ ଗୁରୁତର। ବାଲେଶ୍ବର ଜିଲ୍ଲା ଜଳେଶ୍ବରବସ୍ତା ଥାନା ମହାଦେବ ସରାଇ ଗାଁରେ ଘରକାନ୍ଥ ପଡ଼ି ସ୍ୱାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ବର୍ଷର ଝିଅ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ଝିଅକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ। ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଯାଇଥିବା ସନ୍ଦେହ କରାଯାଉଛି। ମୃତକ ସ୍ବାମୀ ପିଥ ମୁର୍ମୁ ଓ ସ୍ତ୍ରୀ ମିନତୀ ମୁର୍ମୁ। ୧୨ ବର୍ଷର ଝିଅ ଲକ୍ଷ୍ମୀକୁ ଉଦ୍ଧାର କରାଯାଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ବେଳେ ହଠାତ କାନ୍ଥଟି ଭୁଶୁଡ଼ି ପଡିଥିଲା। ୩ ଜଣ ଚାପି ହୋଇଯାଇଥିଲେ।

ତେବେ ମାଟିତଳୁ ଉଦ୍ଧାର କରି ଗୁରୁତର ଦମ୍ପତି ଓ ଝିଅକୁ ବସ୍ତା ଡ଼ାକ୍ତରଖାନାକୁ ଆଣୁଥିବା ବେଳେ ରେଳବାଇ ଫାଟକ ପଡିଥିବାରୁ ପ୍ରାୟ ଅଧଘଣ୍ଟା ଧରି ଅଟକି ରହିଥିଲା ଆମ୍ବୁଲାନ୍ସ । ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଝିଅ ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

 

Comments are closed.