Latest Odisha News

BREAKING NEWS

ଦେଇପାରିଲେନି ଡେଲିଭରୀ ଫି’, ନବଜାତକୁ ଲକ୍ଷେ ଟଙ୍କାରେ ବିକିଦେଲେ ବାପା-ମା’!

ଲକ୍ଷ୍ନୌ: ଟଙ୍କାର ଅଭାବ । ଅସହାୟ ବାପା-ମାଆ । ଦେଇପାରିଲେନି ହସ୍ପିଟାଲ ଫି’ । ଶେଷରେ ନବଜାତକୁ ଲକ୍ଷେ ଟଙ୍କାରେ ବିକି ଦେଲେ ଦମ୍ପତ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ । ଏଠାରେ ଜଣେ ମା’ ଡେଲିଭରୀ ଫି’ ଦେଇପାରି ନଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ନବଜାତ ଶିଶୁକୁ ଲକ୍ଷେ ଟଙ୍କାରେ ଦମ୍ପତ୍ତିଠାରୁ କିଣି ନେଇଛନ୍ତି । ତେବେ ବାପା-ମାଆ କିନ୍ତୁ ଶିଶୁ ଟିକୁ ବିକ୍ରି କରିଥିବା କଥାକୁ ଖଣ୍ଡନ କରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କଠାରୁ ଶିଶୁକୁ ନେଇ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆଗ୍ରାର ବବିତା । ତାଙ୍କ ବୟସ ୩୬ ବର୍ଷ । ତାଙ୍କ ସ୍ୱାମୀ ଜଣେ ରିକ୍ସ ଚାଳକ । ଗତ ସପ୍ତାହରେ ବବିତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କ ଘରକୁ ଜଣେ ଆଶାକର୍ମୀ ଆସିଥିଲେ । ମାଗଣାରେ ପ୍ରସବ ହେବ କହି ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଅସ୍ତେ୍ରାପଚାର ମାଧ୍ୟମରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଡେଲିଭରୀ ବାବଦକୁ ୩୫ ହଜାର ଟଙ୍କା ମାଗିଥିଲେ । କିନ୍ତୁ ସେ ଡେଲିଭରୀ ଫି ଦେବାକୁ ଅସମର୍ଥ ଥିଲେ । ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ସାଧା କାଗତରେ ତାଙ୍କର ଓ ତାଙ୍କ ସ୍ୱାମୀଙ୍କର ଟିପ ଚିହ୍ନ ନେଇ ଯାଇଥିଲେ ।

ପରେ ବବିତା ଜାଣିବାକୁ ପାଇଥିଲେ ଯେ, ସେମାନେ ତାଙ୍କ ନବଜନ୍ମିତ ଶିଶୁକୁ ବିକ୍ରି କରିଦେଇଛନ୍ତି । ସେପଟେ କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ସେମାନେ ଏହି ଶିଶୁକୁ କିଣି ନାହାନ୍ତି । ଏହି ଦମ୍ପତ୍ତି ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ହସ୍ପିଟାଲରେ ଛାଡି ଚାଲିଯାଇଛନ୍ତି ।

Leave A Reply

Your email address will not be published.