ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ତଥା ମ୍ୟାନମାରର ବହିଷ୍କୃତ ନେତା ଆଙ୍ଗ ସୁ କ୍ୟୁଇଙ୍କୁ ସ୍ଥାନୀୟ କୋର୍ଟ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା । କୋର୍ଟର ଏହି ଦଣ୍ଡାଦେଶ ସୁ କ୍ୟୁଇଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ସୁଙ୍କ ଯୋଗୁ ଦେଶର ୧୩ ମିଲିୟନ ଡଲାର କ୍ଷତି ହୋଇଛି । ସେ ଲୋକଙ୍କ ଦାନ ଅର୍ଥକୁ ଅପବ୍ୟବହାର କରିଥିଲେ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ସୁଚନାଯୋଗ୍ୟ, ମ୍ୟାନମାରରେ ସେନା ଶାସନ ଭାର ହାତମୁଠାକୁ ନେବା ପରଠାରୁ ଚତୁର୍ଥ ଥର ଦଣ୍ଡାଦେଶ ଶୁଣାଇଛି । ସୁ ଲୋକଙ୍କ ଅର୍ଥକୁ ନିଜ ଘର ନିର୍ମାଣରେ ବ୍ୟବହାର କରିଥିଲେ । ସେହିପରି କମ ଦାମରେ ସେ ଜମି ଅଧିଗ୍ରହଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅପରପକ୍ଷରେ ସୁ କ୍ୟୁଇ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
BREAKING NEWS
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Comments are closed.