Latest Odisha News

BREAKING NEWS

Odisha Police SI: ପୋଲିସ ଏସଆଇ ପରୀକ୍ଷା ଜାଲିଆତି; ୧୧୯ ଜଣଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: ଓଡ଼ିଶାରେ ପୋଲିସ ସବ-ଇନ୍ସ୍‌ପେକ୍ଟର (SI) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୧୧୯ ଜଣ ଗିରଫଙ୍କ ଜାମିନ ଆବେଦନ ଖାରଜ । ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଛି ।

ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ଗିରଫଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।

ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷା ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଘୋଷଣା ହେବ। ତେବେ ଲାଞ୍ଚ କାରବାର ଓ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବା ପରେ ପରୀକ୍ଷା ସ୍ଥଗିତ ଘୋଷଣା ହୋଇଛି। ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିଲା। ଆସନ୍ତା ଅକ୍ଟୋବର ୫ ଏବଂ ୬ ତାରିଖରେ ହୋଇଥାନ୍ତା ପରୀକ୍ଷା।

 

 

Comments are closed.