Latest Odisha News

BREAKING NEWS

ଦୁଇ ମାସ ଭିତରେ ଶ୍ୱଶୁର ଘର ଛାଡି଼ବେ ବର୍ଷା: କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏମ୍‌ପି ଅନୁଭବ ମହାନ୍ତିଙ୍କ ପାଇଁ କୋର୍ଟ ଦେଇଛନ୍ତି ଆଶ୍ୱସ୍ତି। କଟକ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶଦେଇଛନ୍ତି। ପୈତୃକ ଘର  ବର୍ଷା ଛାଡ଼ିବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବାପା, ମାଆ ଅସୁସ୍ଥ ଥିବାରୁ ବର୍ଷା ଘର ଛାଡ଼ିବାକୁଆବେଦନ କରିଥିଲେ ଅନୁଭବ।

ଅନୁଭବଙ୍କ ପିଟିଶନକୁ ଗ୍ରହଣ କରିଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ। ପ୍ରତି ମାସରେ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରତିମାସର ୧୦ ତାରିଖ କିମ୍ବା ତାପୂର୍ବରୁ ଏହି ଟଙ୍କା ଅନୁଭବ ବର୍ଷାଙ୍କୁ ଦେବେ ବୋଲି କୋର୍ଟ କହିଛନ୍ତି।  ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘରଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ବର୍ଷାଅନୁଭବଙ୍କୁ ସୋସିଆଲ ମିଡିଆରେ କେହି କାହାକୁ ଆକ୍ଷେପ ପ୍ରତି ଆକ୍ଷେପ କରିବାକୁ ମନା କରିଥିଲେ ହାଇକୋର୍ଟ ଜୁଲାଇ ପର୍ଯ୍ୟନ୍ତକୌଣସି ଭିଡିଓ ଉଭୟ ପୋଷ୍ଟ କରିପାରିବେନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଉଭୟ ପକ୍ଷକୁ ନୋଟିସ ଜାରି କରିଥିଲେ ହାଇକୋର୍ଟ।ଜୁଲାଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.