Latest Odisha News

BREAKING NEWS

ଏହି ଘରୋଇ ଚିକିତ୍ସା ଦ୍ୱାରା ଚୁଟକିରେ ଭଲ ହୋଇଯିବ ‘ରକ୍କା’

ଭୁବନେଶ୍ୱର: ଦେହରେ କୌଣସି ଜାଗାରେ ପବନ ଅଟକିଗଲେ ତାହାକୁ ରକ୍କା କହନ୍ତି । ଆମ ଶୋଇବାର ଭଙ୍ଗି ବେଳେବେଳେ ଆମ ମାଂସପେଶୀ ଉପରେ ପ୍ରଭାବ ପକାଏ । ଅଜାଣତରେ ହେଲେ ମଧ୍ୟ ଅଧିକ ସମୟ ଧରି ଏପରି ଶୋଇଲେ ଉକ୍ତ ଅଙ୍ଗ ରକ୍କା ହୋଇଯାଏ । ଏହା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ।

ତେବେ କଣ ରହିଛି ଏହାର ଘରୋଇ ଉପଚାର, ଜାଣନ୍ତୁ

୧. ରକ୍କା ହେବା ସାଙ୍ଗେ ସାଙ୍ଗେ ନିଶ୍ଵାସ ବନ୍ଦ କରି ଦେହକୁ ଏପାଖ ସେପାଖ ହଲାଇବ । ଏହିପରି ୩/୪ ଥର କଲେ ରକ୍କା ଭଲ ହୋଇଯାଏ ।

୨. ଅର୍ଜୁନ ଛେଲିକୁ କଞ୍ଚା ଦୁଧରେ ବାଟି ଲେପ ଦେବ ଅଥବା ଅର୍ଜୁନ ଛେଲି ଓ ଗୋଲମରିଚ ଏକତ୍ର ବାଟି ଲେପ ଦେବ ।

ସେହିପରି ଯଦି ପାଦ ମକଚି ହୋଇଥିଲେ

ପାଦ ମୋଡି ହୋଇଗଲେ ବା ମକଚି ହୋଇଗଲେ ଅନେକ କଷ୍ଟ ହୋଇଥାଏ। ଚାଲିବାରେ ଅସୁବିଧା ଓ କଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଔଷଧ ଖାଇଥାଉ। କିନ୍ତୁ ଔଷଧ ନ ଖାଇ କିଛି ଘରୋଇ ଉପାୟ ଆପଣେଇବା ଦ୍ବାରା ପାଦ ଭଲ ହୋଇଯାଇଥାଏ।

କଇଁଆ ( କଞ୍ଚା ତିନ୍ତୁଳି)କୁ ରଡ଼ ନିଆଁରେ ଦରପୋଡ଼ା କରି ତାର ରସରେ ସୋଡ଼ାକ୍ଷାର ବା ଲୁଣ ମିଶାଇ ପ୍ରଲେପ ଦେବ । ଉଷୁମ କରି ପ୍ରଲେପ ଦେବ । କଇଁଆ ନଥିବା ସମୟରେ ତିନ୍ତୁଳି ପତ୍ର ବାଟି ସୋଢ଼ାକ୍ଷାର ବା ଲୁଣ ମିଶାଇ ପ୍ରଲେପ ଦେଲେ ୩/୪ ଦିନରେ ନିଶ୍ଚୟ ଭଲ ହେବ ।

ପାଦ ମକଚି ହୋଇଗଲେ ସବୁଠାରୁ ପ୍ରଥମେ ଆରାମ କରିବା ଉଚିତ। ଏହା ସହ କୌଣସି ଭାରି ସାମଗ୍ରୀ ଉଠାନ୍ତୁ ନାହିଁ।

Leave A Reply

Your email address will not be published.