Latest Odisha News

ପତଞ୍ଜଳିର ଶାକାହାରୀ ଟୁଥପେଷ୍ଟରେ ରହିଛି କି ଆମିଷ ତତ୍ବ, ଜାଣନ୍ତୁ…

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି।ପତଞ୍ଜଳିର ‘ଦିବ୍ୟ ଦନ୍ତ ମଞ୍ଜନ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏହି ପ୍ରଡକ୍ଟରେ ନନ୍ ଭେଜ୍ ତତ୍ବ ଅଛି।

ଆଡଭୋକେଟ୍ ଯତୁନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଏହାର ‘ଦିବ୍ୟ ଦନ୍ତ ମଞ୍ଜନ’ରେ ‘ସମୁଦ୍ର ଫେନ୍ ‘ ନାମକ ଏକ ଆମିଷ ପଦାର୍ଥ ବ୍ୟବହାର କରୁଛି। ବଜାରରେ ଏହି ଟୁଥପେଷ୍ଟକୁ ସବୁଜ ବିନ୍ଦୁ (ନିରାମିଷ) ଦର୍ଶାଇ ବିକ୍ରି କରାଯାଉଛି। ଦିବ୍ୟ ମଞ୍ଜନର ପ୍ୟାକେଜିଂରେ ଭୁଲ ଭାବରେ ଗ୍ରୀନ୍‌ ଡଟ୍‌କୁ ଦର୍ଶାଯାଇ ଲୋକଙ୍କୁ ଠକାଯାଉଛି। ଯାହା ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଭୁଲ ଅଟେ।

ଏନେଇ ଆବେଦନ ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏପରିକି କୋର୍ଟ ପତଞ୍ଜଳି ଆୟୁର୍ବେଦ ଏବଂ ବାବା ରାମଦେବଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ଜଷ୍ଟିସ୍ ସଞ୍ଜୀବ ନରୁଲା ମଧ୍ୟ କେନ୍ଦ୍ର ସରକାର ଓ ଏହି ଉତ୍ପାଦ ପ୍ରସ୍ତୁତ କରୁଥିବା ପତଞ୍ଜଳିର ଦିବ୍ୟ ଫାର୍ମାସିକୁ ନୋଟିସ୍ ଜାରି କରିଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ହେବ।

Comments are closed.