Latest Odisha News

BREAKING NEWS

ନୱାବ, ଅନୀଲଙ୍କୁ ଝଟକା: ରାଜ୍ୟସଭା ନିର୍ବାଚନରେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଧାୟକ ନୱାବ ମଲିକ ଓ ଅନୀଲ ଦେଶମୁଖଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଆଗାମୀ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ପାଇଁ ଏହି ଦୁଇ ନେତା କୋର୍ଟରେ ଆବେଦନ କରିଥିଲେ । ମାତ୍ର ଗୁରୁବାର ସେମାନଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । କୈଦୀଙ୍କୁ ଭୋଟ ଦେବା ଅଧିକାର ନାହିଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଥିଲା । ଫଳରେ ସେମାନେ ଜୁନ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଆଉ ଭୋଟ ଦେଇପାରିବେ ନାହିଁ । ଉଭୟ ଏନସିପିର ନେତା ଅଟନ୍ତି । ଅନୀଲଙ୍କ ଓକିଲ ହାଇକୋର୍ଟରେ ଆବେଦନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଉଭୟ ନେତା ଟଙ୍କା ହେରଫେର ଓ ଚାନ୍ଦା ଆଦାୟ କରିବା ନେଇ ଇଡି ଦ୍ୱାରା ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ, ୨୪ ବର୍ଷ ପରେ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କରୋନାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଥିବାରୁୁ ସେ ଭୋଟ ଦେଇପାରିବେ ବୋଲି ଜଣାପଡିଛି । ୧୦ ଜୁନରେ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଓ କର୍ଣ୍ଣାଟକର ୧୬ ସିଟ ପାଇଁ ନିର୍ବାଚନ ହେବ ।

Leave A Reply

Your email address will not be published.