Latest Odisha News

BREAKING NEWS

ଦିନକରେ ସରିଗଲା ବାରବାଟୀ ମ୍ୟାଚର ସବୁ ଟିକେଟ୍  

କଟକ: ସରିଗଲା ସବୁ ଟିକେଟ୍ । ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚର ସବୁ ଟିକେଟ୍ ବିକ୍ରି ହୋଇ ଯାଇଛି । ପ୍ରାୟ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ପାଇଁ ୯ ଗୋଟି କାଉଣ୍ଟର ବ୍ୟବସ୍ଥା କରିଥିଲା ଓସିଏ । ଆଉ ୯ ଓ ୧୦ ତାରିଖ ଦୁଇଦିନ ଧରି ଟିକେଟ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହୋଇଥାନ୍ତା । ତେବେ ଆଜି ପ୍ରଥମ ଦିନରେ ହିଁ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଥିବା ସୂଚନା ଦେଇଛନ୍ତି ଓସିଓ ସମ୍ପାଦକ ସଞ୍ଜୟ ବେହେରା ।

ଆଜି ପ୍ରବଳ ଖରା ସତ୍ତ୍ୱେ ଧାଡ଼ିରେ ଛିଡ଼ା ହୋଇ ଲୋକେ ଟିକେଟ୍ କିଣିଥିଲେ । ଜଣଙ୍କ ପିଛା ୨ଟି ଟିକେଟ୍ ଦିଆଯାଇଛି । ଏହା ପୂର୍ବରୁ ଜୁନ୍ ୧ରେ ଅନଲାଇନରେ ୫ ହଜାର ଟିକେଟ୍ ବିକ୍ରି କରାଯାଇଥିଲା । ଯେତେବେଳେ କି ଓସିଏ ଅନୁବନ୍ଧିତ କ୍ଲବ୍ସ, ସ୍କୁଲ୍ସ ଓ ଅନ୍ୟ ସଂସ୍ଥା ପାଇଁ ୮ ହଜାର ଟିକେଟ୍ ରଖିଛି । ଶାନ୍ତି ଶୃଙ୍ଖଳାର ସହ ଟିକେଟ୍ ବିକ୍ରି ପାଇଁ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ତଥାପି ଟିକେଟ୍ କାଉଣ୍ଟରରେ ଧସ୍ତାଧସ୍ତା ହୋଇଥିବା ବେଳେ ପୋଲିସ ଲାଠିଚାଳନା କରି ସ୍ଥିତି ନିୟନ୍ତ୍ରଣ କରିଥିଲା ।

Leave A Reply

Your email address will not be published.