Latest Odisha News

BREAKING NEWS

ମହିମାଙ୍କୁ ବ୍ରେଷ୍ଟ କ୍ୟାନସର, ସୂଚନା ଦେଲେ ଅନୁପମ

ମୁମ୍ବାଇ: ପରଦେଶ ଗାର୍ଲ ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ । ଅବଶ୍ୟ ଏହା କେହି ଜାଣି ନ ଥିଲେ, ସେ ଏକୁଟିଆ ଜୀବନ ଯୁଦ୍ଧ ଲଢ଼ୁଥିଲେ । ତେବେ ଅନୁପମ ଖେର ତାଙ୍କୁ ଦି ସିଗ୍ନେଚରରେ ଏକ ଭୂମିକା ପାଇଁ ଫୋନ କରିବା ପରେ ଏହି ଘଟଣା ସମ୍ପର୍କରେ ଜାଣିଥିଲେ । ତାଙ୍କ କ୍ୟାରିୟରର ଯାତ୍ରା ସମ୍ପର୍କରେ ଦୁନିଆ ଜାଣିବା ଉଚିତ ବୋଲି ଅନୁପମଙ୍କୁ ମହିମା କହିଥିଲେ । ଅନୁପମ ଏହା ଶୁଣି କହିଥିଲେ, ତୁମେ ମୋ ପାଇଁ ହୀରୋ ଓ ଅତି ପ୍ରିୟ ବନ୍ଧୁ । ମହିମା ରୋଗ ସତ୍ୱେ ସେଟକୁ ଫେରିଛନ୍ତି । ସେ ପୁଣି ଉଡିବାକୁ ଚାହୁଁଛନ୍ତି, ଆପଣମାନେ ସହଯୋଗ କରନ୍ତୁ । ୧୯୯୭ରେ ସୁଭାଷ ଘାଇଙ୍କ ପରଦେଶ ଫିଲ୍ମରେ ସେ ଶାହାରୁଖ ଖାଁଙ୍କ ବିପକ୍ଷରେ ହିରୋଇନ ଭୂମିକା କରିଥିଲେ । ଏହା ବ୍ୟତୀତ ଧଡକନ, କୁରୁକ୍ଷେତ୍ର, ବାଗବାନ, ଡାର୍କ ଚକଲେଟ ଭଳି ଫିଲ୍ମରେ କାମ କରିଛନ୍ତି । ଅବଶ୍ୟ ଏହା ପରେ ତାଙ୍କୁ ସେ ଭଳି ଆଖି ଦୃଶିଆ ଫିଲ୍ମ ସଫଳତା ମିଳି ନ ଥିଲା ।

୨୦୦୬ରେ ବବ ମୁର୍ଖାଜୀଙ୍କୁ ବିବାହ କରିଥିଲେ । ଏହାର ୭ ବର୍ଷ ପରେ ଉଭୟ ଅଲଗା ହୋଇ ଯାଇଥିଲେ । ପାରିବାରିକ ଓ ବ୍ୟକ୍ତିଗତ ଜୀବନ ଏବଂ ପ୍ରଫେଶନାଲ କ୍ୟାରିୟରରେ ଝଡ ଆସିଥିଲେ ମଧ୍ୟ ସେ ଏ ସବୁକୁ ଏକୁଟିଆ ସାମ୍ନା କରିଥିଲେ । ଯାହା ଜାଣିବା ପରେ ଅନୁମପ ଭାବ ପ୍ରବଣ ହୋଇ ଯାଇଥିଲେ ।

Leave A Reply

Your email address will not be published.