Latest Odisha News

BREAKING NEWS

ଗିରଫ ହେବାନେଇ ଅଡୁଆରେ ଚିଦାମ୍ବରମ୍, ଆଗୁଆ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଅଡୁଆ ଏବେ ବଢିବାରେ ଲାଗିଛି । ଦେଶର ଚର୍ଚ୍ଚିତ ଆଇଏନଏକ୍ସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହିଥିବା ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଅଦାଲତ ଏହି ଜାମିନ ଆବେଦନକୁ ଖାରଜ କରିଦେବା ଫଳରେ ଏବେ ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ଗିରଫ ହେବାର ସମ୍ଭାବନା ବୃଦ୍ଧି ପାଇଛି ବୋଲି ଏସମ୍ପର୍କିତ ଏକ ରିପୋର୍ଟ ଏନଡ଼ିଟିଭିରେ ପ୍ରକାଶିତ ହୋଇଛି । ଏହି ମାମଲାରେ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଅନେକ ଥର ଜେରା ହେବାର ସମ୍ମୁଖୀନ ହୋଇଛନ୍ତି ।

ଦିଲ୍ଲୀ ହାଇକୋର୍ଟ ଏହି ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ପରେ ସେ ବରିଷ୍ଠ ଆଇନଜୀବୀ କପିଲ ଶିବଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତେବେ ଆଜି ଏହାର ଶୁଣାଣି ନକରି ଆସନ୍ତାକାଲି ଅଦାଲତ ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ବହୁ ଚର୍ଚ୍ଚିତ ଆଇଏନଏକ୍ସ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ ପ୍ରାୟ ୩୦୫ କୋଟି ଟଙ୍କାର ଲାଞ୍ଚ କାରବାର କରିଥିବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.