Latest Odisha News

BREAKING NEWS

ଲୀନା ମଣିମେକାଲାଇଙ୍କୁ ପାଇଁ ଅଡ଼ୁଆ : ଅଗଷ୍ଟ ୬ରେ ଶୁଣାଣି

ନୂଆ ଦିଲ୍ଲୀ:  ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ପାଇଁ ଅଡ଼ୁଆ  ।  କାଳୀଙ୍କ ପୋଷ୍ଟର ବିବାଦରେ ସେ ଏବେ ଫସିଯାଇଛନ୍ତି ।  ହିନ୍ଦୁ ଦେବୀଙ୍କୁ ତାଙ୍କ ଆଗାମୀ ଡକ୍ୟୁମେଣ୍ଟାରୀ ଫିଲ୍ମ ପୋଷ୍ଟର ଏବଂ ପ୍ରଚାର ଭିଡିଓରେ ଅତି ବିକୃତ ଢଙ୍ଗରେ ଚିତ୍ରଣ କରିଥିବାରୁ ତାଙ୍କ ନାମରେ କୋର୍ଟରେ ଶୁଣାଣି ହେବ  । ଏନେଇ ତାଙ୍କୁ ହାଜର ହୋଇ ପକ୍ଷ ରୋକିବାକୁ କୁହାଯାଇଛି ।  ଲୀନା ମଣିମେକାଲାଇଙ୍କୁ ଦିଲ୍ଲୀର ତିସ ହଜାରୀ କୋର୍ଟ ସମନ ଜାରି କରିଛନ୍ତି। ତିସ୍‌ ହଜାରି କୋର୍ଟର ବିଚାରପତି ଅଭିଷେକ କୁମାର ଫିଲ୍ମର ନିର୍ମାତା ମଣିମେକାଲାଇ ତଥା ତାଙ୍କ କମ୍ପାନି ଟୁରିଂ ଟକିଜ୍ ମିଡିଆ ପ୍ରାଇଭେଟ ଲିମିଟେଡ଼କୁ ସମନ କରି ଅଗଷ୍ଟ ୬ରେ ଏହାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲୀନା ପୋଷ୍ଟରରେ ହିନ୍ଦୁ ଦେବୀ କାଳୀ ସିଗାରେଟ ଟାଣୁଥିବାର ଚିତ୍ର ଦେଖାଇଥିଲେ । ଯାହାକୁ ନେଇ କଡ଼ା ବିରେଧ କରିଥିଲେ ହିନ୍ଦୁ ସଂଗଠନ ।  ଆବେଦନକାରୀ କହିଛନ୍ତି ଯେ ଏହା ସାଧାରଣ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ଏଥିରେ କୈାଣସି ନୈତିକତା ନାହିଁ ।  ଏହି ଆପତ୍ତିଜନକ ଭିଡିଓ କ୍ଲିପ୍ କୁ ନିଷିଦ୍ଧ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଛି ।

Leave A Reply

Your email address will not be published.