Latest Odisha News

BREAKING NEWS

ଖୋଲାବଜାରରେ ଉପଲବ୍ଧ ହେବ କୋଭାକ୍ସିନ-କୋଭିସିଲ୍ଡ

ଦିଲ୍ଲୀ: ଖୁବଶୀଘ୍ର ଏଣିକି ଖୋଲାବଜାରରେ ମିଳିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଖୋଲାବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏହାସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡ଼ିସିଜିଆଇକୁ କମିଟି ସୁପାରିଶ ମଧ୍ୟ କରିଛି । ନିର୍ଦ୍ଧିଷ୍ଟ ସର୍ତ୍ତ ଅନୁଯାୟୀ କୋଭିସିଲ୍ଡ ଏବଂ କୋଭାକ୍ସିନକୁ ନିୟମିତ ବଜାର ଅନୁମୋଦନ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।

ବଡ଼ ସଂଖ୍ୟାରେ ଟିକାକରଣ ପରେ ଏହା ସମ୍ପୂର୍ଣ୍ଣ ନିରାପଦ ବୋଲି ଡ଼ିସିଜିଆଇ ଅନୁଭବ କରିଛନ୍ତି ବୋଲି ସେରମ ପକ୍ଷରୁ କୁହାଯାଇଛି । କିଛି ସର୍ତ୍ତ ସହ ଟିକା ବିକ୍ରି କରିପାରିବେ । ଗତ ସପ୍ତାହରେ ଏନେଇ ବୈଠକ ଆୟୋଜିତ ହୋଇଥିଲା । ସେତେବେଳେ ଉଭୟ କମ୍ପାନୀକୁ ଟିକା ବାବଦରେ ଅଧିକ ତଥ୍ୟ ମଗାଯାଇଥିଲା ।

Comments are closed.