Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ଲଢ଼ିବେ ଯୁବ ଇଞ୍ଜିନିୟର, ଛାଡ଼ିଲେ ଆଇଟି ଚାକିରି

ଅନୁଗୋଳ: ପଞ୍ଚାୟତ ନିର୍ବାଚନରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୈଦନାକୁ ଓହ୍ଲାଉଛନ୍ତି ଡିଗ୍ରୀଧାରୀ । କେହି କେହି ମୋଟା ଅଙ୍କର ଦରମାରେ ଥିବା ଚାକିରି ଛାଡୁଛନ୍ତି । ଜନତାଙ୍କ ସେବା କରିବାକୁ ମନ ବଳାଉଛନ୍ତି । ଅନୁଗୋଳ ଜିଲ୍ଲାର ଏଭଳି ଜଣେ ଉଚ୍ଚ ଶିକ୍ଷିତ ଆଇଟି ଇଞ୍ଜିନିୟରଙ୍କୁ ନେଇ ଏବେ ଚର୍ଚ୍ଚା । ଯିବ ଚାକିରି ଛାଡି ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

ଅନୁଗୋଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ପୋକତଙ୍ଗା ଗାଁର ୨୭ ବର୍ଷୀୟ ସୁଜିତ ମହାଳିକ । ପେଶାରେ ଆଇଟି ଇଞ୍ଜିନିୟର । ଝାରସୁଗୁଡ଼ାରେ ଏକ ଘରୋଇ ସଂସ୍ଥାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିଲେ । ଚାକିରି ଛାଡ଼ି ସରପଞ୍ଚା ପ୍ରାର୍ଥୀ ହୋଇଛନ୍ତି । ଗତକାଲି ନାମାଙ୍କନ ଦାଖଲ କରିଛନ୍ତି ସୁଜିତ । ସେ ବିଜେଡି ସମର୍ଥିକ ସରପଞ୍ଚ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ।

ସୁଜିତ କହିଛନ୍ତି, ମାଆମାଟି ଓ ନିଜ ଅଞ୍ଚଳର ଲୋକ ସେବା ପାଇଁ ସେ ଚାକିରି ଛାଡ଼ି ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିକାଶ ପାଇଁ ଦେଖିଥିବା ସ୍ୱପ୍ନ ସାକାର କରିବାକୁ ଅଣ୍ଟା ଭିଡିଛନ୍ତି ସୁଜିତ ମହାଳିକ । ବନ୍ତଳା କଲେଜରୁ ଯୁକ୍ତ ଦୁଇ ସାରିବା ପରେ ସରାଙ୍ଗ ସ୍ଥିତ IGITରୁ ବି.ଟେକ୍ ସାରିଥିଲେ ।

ଇଞ୍ଜିନିୟରିଂ ଡିଗ୍ରୀ ସାରିବା ପରେ ଦୁଇଟି କମ୍ପାନୀରେ ଚାକିରି କରିଥିଲେ । ଏବେ ଝାରସୁଗୁଡ଼ାରେ କାର୍ୟ୍ୟରତ ଥିଲେ ସୁଜିତ । ସେବା ମନୋବୃତ୍ତି ନେଇ ଚାକିରି ଛାଡ଼ି ପଞ୍ଚାୟତ ନିର୍ବାଚନରେ ପାଦ ଥାପିଛନ୍ତି । ଏହି କାମ ପାଇଁ ତାକୁ ଚାରିଆଡୁ ପ୍ରଶଂସା କରାଯାଉଛି ।

Comments are closed, but trackbacks and pingbacks are open.