Latest Odisha News

BREAKING NEWS

ଛୁଆଙ୍କ ଉପରେ ଖୁବଶୀଘ୍ର ପରୀକ୍ଷଣ ହୋଇପାରେ କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍

ନାଗପୁର: ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ଡରୁଛନ୍ତି ଅଭିଭାବକ । ବିଶେଷକରି କରୋନା ସଂକ୍ରମଣକୁ ଦେଖି ଛୋଟଛୁଆଙ୍କୁ ପ୍ରାଥମିକ ବିଦ୍ୟାଳୟ ପଠାଇବାକୁ ଭୟଭୀତ ଅଛନ୍ତି । ଆଉ ୧୮ ବର୍ଷରୁ କମ୍ ବୟସ୍କଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ କେବେ ଆସିବ ସେ ଅପେକ୍ଷାରେ ଅଛନ୍ତି ସମସ୍ତେ । ଖୁବଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟାଇବ ଭାରତ ବାୟୋଟେକ୍ । କମ୍ପାନୀ କୋଭାକ୍ସିନର ପରୀକ୍ଷଣ ଛୁଆଙ୍କ ଉପରେ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସରେ କରିପାରେ ।

ସୂତ୍ର ଅନୁସାରେ, ନାଗପୁରରେ ଛୁଆଙ୍କ ଲାଗି ବଡ଼ ମେଡିକାଲ୍ ରହିଛି । ମେଡିକାଲରେ ୨ରୁ ୧୮ ବର୍ଷ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ଲାଗି ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି । କେନ୍ଦ୍ର ସରକାରଙ୍କ ଠାରୁ ଛୁଆଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷଣ ଅନୁମତି ମିଳିବା ପରେ ଭାରତ ବାୟୋଟେକ୍ ଟ୍ରାଏଲ୍ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

Covaxin Trials For Kids Likely Soon In Nagpur

ଜାନୁଆରୀରେ ଭାରତ ବାୟୋଟେକର ମୁଖ୍ୟ କ୍ରିଷ୍ଣା ଇଲ୍ଲା କହିଥିଲେ- ଆଗାମୀ ୪ ମାସ ଭିତରେ ଛୁଆଙ୍କ ଲାଗି କୋଭାକ୍ସିନ୍ ପ୍ରସ୍ତୁତ ହୋଇଯିବ । ସୂତ୍ର ଅନୁସାରେ, ୨ରୁ ୧୮ ବର୍ଷ ବୟସ୍କଙ୍କ ଉପରେ କୋଭାକ୍ସିନ୍ ଟ୍ରାଏଲକୁ ପର୍ଯ୍ୟାୟଭିତ୍ତିକ କରାଯିବ । ୨ରୁ ୫ ବର୍ଷ, ୬ରୁ ୧୨ ବର୍ଷ ଏବଂ ୧୨ରୁ ୧୮ ବର୍ଷ ସ୍ଲାବରେ ଭ୍ୟାକ୍ସିନ୍ ଟ୍ରାଏଲ୍ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଏସଓପି ମଧ୍ୟ ପାଳନ କରାଯିବ ।

ଜାନୁଆରୀରେ ଡିଜିସିଆଇ, ୧୨ ବର୍ଷରୁ ଅଧିକ ବୟସ୍କଙ୍କ ଉପରେ କୋଭାକ୍ସିନ୍ ବ୍ୟବହାର ଲାଗି ସର୍ତ୍ତମୂଳକ ଅନୁମତି ଦେଇଥିଲେ । ପରେ ଉକ୍ତ ଅନୁମତିକୁ ପ୍ରତ୍ୟାହାର କରି ନେଇଥିଲେ ସରକାର ।

Leave A Reply

Your email address will not be published.