ଭୁବନେଶ୍ୱର: ଦିନକୁ ଜଣେ ବ୍ୟକ୍ତି ମୋବାଇଲକୁ ପ୍ରାୟ ୨୬୦୦ ଥର ଛୁଇଁଥାଏ । ୭୬ ଥର ବ୍ୟବହାର କରିଥାଏ । ଏପରିସ୍ଥଳେ ମୋବାଇଲରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ବ୍ୟବହାର କରୁଥିବା ମୋବାଇଲ ଫୋନ୍କୁ ଦିନରେ ୪ ରୁ ୫ ଥର ସାବୁନା ପାଣିରେ ଧୋଇବାକୁ ପରାମର୍ଶ ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ବାହାରକୁ ଯାଉଥିଲେ ଏଠି ସେଠି ମୋବାଇଲ ଫୋପଡନ୍ତୁ ନାହିଁ । ନିଜ ବ୍ୟାଗରେ ମୋବାଇଲ ରଖନ୍ତୁ ବୋଲି ସେ କହିଛନ୍ତି । ଏଥିସହ ୧,୮୩,୧୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯ ବର୍ଷ ତଳକୁ କାହାର ମୃତ୍ୟୁ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମଲ୍ ବନ୍ଦ ରଖାଯାଇଛି କିନ୍ତୁ ଖାଇବା ଦୋକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ମେଡିସିନ ଦୋକାନ ଖୋଲା ରହିବ । ବୟସ୍କଙ୍କୁ ପିଡିଏସ୍ ବା ରାସନ ସାମଗ୍ରୀ ଘରେ ପହଂଚାଇ ଦିଆଯିବ ବୋଲି ଗୀତଗୋବିନ୍ଦ ସଦନରେ ମଙ୍ଗଳବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟିି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।
BREAKING NEWS
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
Comments are closed.