ଭୁବନେଶ୍ୱର: ଦିନକୁ ଜଣେ ବ୍ୟକ୍ତି ମୋବାଇଲକୁ ପ୍ରାୟ ୨୬୦୦ ଥର ଛୁଇଁଥାଏ । ୭୬ ଥର ବ୍ୟବହାର କରିଥାଏ । ଏପରିସ୍ଥଳେ ମୋବାଇଲରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ବ୍ୟବହାର କରୁଥିବା ମୋବାଇଲ ଫୋନ୍କୁ ଦିନରେ ୪ ରୁ ୫ ଥର ସାବୁନା ପାଣିରେ ଧୋଇବାକୁ ପରାମର୍ଶ ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ବାହାରକୁ ଯାଉଥିଲେ ଏଠି ସେଠି ମୋବାଇଲ ଫୋପଡନ୍ତୁ ନାହିଁ । ନିଜ ବ୍ୟାଗରେ ମୋବାଇଲ ରଖନ୍ତୁ ବୋଲି ସେ କହିଛନ୍ତି । ଏଥିସହ ୧,୮୩,୧୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯ ବର୍ଷ ତଳକୁ କାହାର ମୃତ୍ୟୁ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମଲ୍ ବନ୍ଦ ରଖାଯାଇଛି କିନ୍ତୁ ଖାଇବା ଦୋକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ମେଡିସିନ ଦୋକାନ ଖୋଲା ରହିବ । ବୟସ୍କଙ୍କୁ ପିଡିଏସ୍ ବା ରାସନ ସାମଗ୍ରୀ ଘରେ ପହଂଚାଇ ଦିଆଯିବ ବୋଲି ଗୀତଗୋବିନ୍ଦ ସଦନରେ ମଙ୍ଗଳବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟିି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।
BREAKING NEWS
- Trump says Iran has 48 hours:”ସମୟ ସୀମା ଶେଷ ହେବାକୁ ଯାଉଛି, ୪୮ ଘଣ୍ଟା ପରେ ବିନାଶ ଆରମ୍ଭ ହେବ…”, ଟ୍ରମ୍ପଙ୍କ ଇରାନକୁ ଧମକ
- ୩୧ କିଲୋ ଗଞ୍ଜେଇ ସହ ୪ ନିଶା ବେପାରୀ ଗିରଫ
- Brown Sugar Seized:ଶାଗୁଆନ ଜଙ୍ଗଲରେ ଚଢ଼ାଉ…୫୨ ଗ୍ରାମ ବ୍ରାଉନସୁଗାର ଓ ୬ଟି ଗାଡ଼ି-ନଗଦ ଟଙ୍କା ଜବତ
- Panchayat election: ପ୍ରତି ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ…କାମ ଆରମ୍ଭ କରିଦେଲେଣି ନେତା
- ଯାତ୍ରା ଦେଖିବାକୁ ଯାଇଥିଲେ … ୪ ଘରୁ ଲୁଟେରା ଲୁଟିନେଲେ ୬୦ଲକ୍ଷରୁ ଅଧିକ ସୁନା
- ୧୭ରୁ ୪୫ ବର୍ଷ ପୁରୁଷଙ୍କୁ ଜର୍ମାନୀ ବାହାରକୁ ଯିବା ମନା !
- ‘ପୂର୍ବତଟ ରେଳପଥକୁ ଦୂର୍ବଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ’
- ୨୦୨୮ରେ ଆୟୋଜନ କରିବା ପାଇଁ ଓଡିଶା ପ୍ରସ୍ତୁତ, କାଉଣ୍ଟଡାଉନ୍ ଆରମ୍ଭ
- ବିଶ୍ୱବିଦ୍ୟାଳୟରେ ୧୪ ଶହ ପଦବୀ ପୂରଣ ହେବ, କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ… :ଉଚ୍ଚ ଶିକ୍ଷା ମନ୍ତ୍ରୀ
- କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ
Comments are closed.