Latest Odisha News

BREAKING NEWS

କୋଭିଡ-୧୯ ଭୟ: ଆଇସୋଲେସନରେ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: କରୋନା ଭାଇରସ ଭୟ ଏବେ ସାରା ବିଶ୍ୱକୁ ଘାରିଛି । ଦିନକୁ ଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ବଲିଉଡର ୯୭ ବର୍ଷୀୟ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେସନରେ ରଖାଯାଇଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି କରୋନା ଭାଇରସ କାରଣରୁ ତାଙ୍କୁ ଆଇସୋଲେଶନ ଓ କ୍ୱାରାଣ୍ଟାଇନରେ ରଖାଯାଇଛି। ପତ୍ନୀ ସାଇରା ବାନୁ ତାଙ୍କର ସମସ୍ତ ଯତ୍ନ ନେଉଥିବା ବେଳେ ଯେମିତି ତାଙ୍କୁ କୌଣସି ସଂକ୍ରମଣ ନ ହେବ ସେଥିପ୍ରତି ସାଇରା ବିଶେଷ ଧ୍ୟାନ ଦେଇଛନ୍ତି ।
ଅଭିନେତା ଦିଲ୍ଲୀପ କୁମାର ଆହୁରି ମଧ୍ୟ କହିଛନ୍ତି କରୋନା ଦାଉରୁ ରକ୍ଷା ପାଇବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ମାନି ଚଳନ୍ତୁ ଓ ଯେତେ ସମ୍ଭବ ନିଜକୁ ଘରେ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.