Latest Odisha News

ହରିୟାଣାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଚଣ୍ଡିଗଡ: ହରିୟାଣା ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ୨୯ ବର୍ଷର ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂରଜ ଭାନ କାମ୍ବୋଜ ସୂଚନା ଦେଇଛନ୍ତି । ଏହା ସହିତ ସେ ମହିଳା ଜଣକ ହରିୟାଣାର ପ୍ରଥମ କରୋନା ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ମାଲେସିଆ ଓ ଇଣ୍ଡୋନେସିଆ ଗସ୍ତରୁ ଫେରିଥିଲେ ।

କରୋନା ଆକ୍ରାନ୍ତ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସେ ବିଦେଶ ଗସ୍ତରୁ ଫେରିବା ପରେ ତାଙ୍କ ରକ୍ତ ଓ ସ୍ୱାବ ନମୂନା ପୁଣେ ସ୍ଥିତ ଏନଆଇଭି ଲ୍ୟାବକୁ ପଠାଯାଇଥିଲା । କରୋନା ସଂକ୍ରମିତ ସନେ୍ଦହରେ ହରିୟାଣାର ୬୬ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି ।

Leave A Reply

Your email address will not be published.