Latest Odisha News

BREAKING NEWS

କୋଭିଡ-୧୯: ରାଜ୍ୟର ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା

ଭୁବନେଶ୍ୱର: କରୋନାଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଓଡିଶା ସରକାର କରୋନା ଲକଡାଉନକୁ ସମ୍ପ୍ରସାରଣ କରିଛନ୍ତି । ରାଜ୍ୟର ଆହୁରି ୯ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ସକାଳ ଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପୁରୀ, ନୟାଗଡ, ଜଗତସିଂହପୁର, ଢେ଼ଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି ଓଡିଶା ସରକାର ।

ଏହି ୯ଟି ଜିଲ୍ଲାକୁ ମିଶାଇ ଓଡିଶାର ମୋଟ୍ ୧୪ ଜିଲ୍ଲା ଲକଡାଉନ ରହିବ । ପୁର୍ବରୁ ୫ଟି ଜିଲ୍ଲା- ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡା, ଅନୁଗୁଳ ଓ ୮ଟି ପ୍ରମୁଖ ସହରକୁ ଲକଡାଉନ ଘୋଷଣା କରାଯାଇଥିଲା ।

ଓଡିଶାକୁ ୩ ହଜାରରୁ ଅଧିକ ବିଦେଶରୁ ଫେରିଥିବା ଲୋକ ନିଜକୁ କୋଭିଡ-୧୯ ପୋର୍ଟାଲରେ ପଞ୍ଜିକୃତ କରିଛନ୍ତି ।

Leave A Reply

Your email address will not be published.