Latest Odisha News

BREAKING NEWS

କରୋନା ସତର୍କତା: OPSCର ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଓପିଏସଇ(OPSC)ର ସମସ୍ତ ପରୀକ୍ଷା ସ୍ଥଗିତ କରିବାକୁ ନେଇ ବୁଧବାର ଦିନ ଓଡିଶା ଲୋକସେବା ଆୟୋଗ(ଓପିଏସଇ) ସୂଚିତ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା କରୋନାଭାଇରସକୁ ନେଇ ଜାରି ହୋଇଥିବା ସ୍ୱାସ୍ଥ୍ୟ ଆଡଭାଇଜରିକୁ ଦୃଷ୍ଟିରେ ରଖି ଓପିଏସଇର ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷା ସ୍ଥଗିତ କରାଯାଇଛି ।

ଅନ୍ୟ ଆଦେଶ ପର୍ଯ୍ୟନ୍ତ ପରୀକ୍ଷା ଗୁଡିକୁ ସ୍ଥଗିତ ରଖାଯାଇଥିବା ନେଇ ଓପିଏସଇ କାର୍ଯ୍ୟାଳୟ ସୂତ୍ରରୁ ବିଜ୍ଞପ୍ତି ଜାରି କରି କୁହାଯାଇଛି ।

Leave A Reply

Your email address will not be published.