ଆସାମ: ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ବେଳେ ଆସାମ ସରକାର ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ବୁଧବାର ଏକ ନୂଆ ଏବଂ କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଆସାମ ମୁଖ୍ୟ ସଚିବଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟାଳୟ, ଧାର୍ମିକ ସ୍ଥାନ ଏବଂ ସାପ୍ତାହିକ ବଜାର, ରାଜ୍ୟର ସହରାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳର ସମସ୍ତ କର୍ଯ୍ୟାଳୟ ୧୫ ଦିନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ ଏହାସହିତ ଦିନ ୨ଟାରୁ ରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗିବ। ଏହି ସମୟରେ ଲୋକଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ଏହି ସମୟରେ କେହି ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହରିପାରିବେ ନାହିଁ।
ଏହି କର୍ଫ୍ୟୁ ଆସନ୍ତାକାଲି ଅର୍ଥାତ୍ ୧୩ ମେ ୨୦୨୧ରୁ କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି।
ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସବୁ ଦିନ ୧ଟା ପରେ ବନ୍ଦ ରହିବ।
Comments are closed.