Latest Odisha News

BREAKING NEWS

ସରକାରୀ ମହିଳା ମହାବିଦ୍ୟାଳୟ ପାଲଟିଲା କୋଭିଡ୍ କେୟାର ସେଣ୍ଟର

ପୁରୀ: ଆଜିଠୁ ପୁରୀ ବାସିନ୍ଦାଙ୍କୁ ମିଳିବ ନୂତନ ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ସେବାସୁବିଧା । ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର୍ ଉଦଘାଟିତ ହୋଇଯାଇଛି ।

୪୦ଟି ବି-ଟାଇପ୍ ଅକ୍ସିିଜେନ୍ ଓ ଅକ୍ସିଜେନ୍ କନ୍‌ସିଣ୍ଟ୍ରେଟର୍ ବ୍ୟବସ୍ଥିତ ଏହି କୋଭିଡ୍ କେୟାର ସେଣ୍ଟରକୁ ଜିଲ୍ଲାପାଳ ସମର୍ଥ ବର୍ମା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କୋଭିଡ୍ କେୟାର ସେଣ୍ଟରରେ ୪ଜଣ ଡାକ୍ତର ଓ ୬ଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି । ତା ଛଡା ସମସ୍ତ ଶଯ୍ୟାକୁ ପାଇପ୍‌ଲାଇନ୍ ଜରିଆରେ ଅକ୍ସିଜେନ୍ ଯୋଗାଣର ମଧ୍ୟ ବ୍ୟବସ୍ଥା ହୋଇଛି । ରୋଗୀଙ୍କୁ ନେବା ଆଣିବା ପାଇଁ ୨ଟି ଆମ୍ବୁଲାନ୍ସ ରଖାଯାଇଛି । ଉଦଘାଟନୀ ଉତ୍ସବରେ ସିଡିଏମ୍‌ଓ ଡାକ୍ତର ସୁଜାତା ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.