Latest Odisha News

BREAKING NEWS

କାଲିଠୁ ପ୍ରିକସନ୍ ଡୋଜ୍: ଅନଲାଇନରେ ଏବେ କରନ୍ତୁ ସ୍ଲଟ୍ ବୁକିଂ

ନୂଆଦିଲ୍ଲୀ: କାଲିଠୁ ଦେଶବ୍ୟାପୀ ଆରମ୍ଭ ହେବ ପ୍ରିକସନାରୀ ଡୋଜ୍ ଅଭିଯାନ । ଫ୍ରଣ୍ଟଲାଇନ୍ ଓ୍ୱାର୍କର୍ସ, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯିବ ପ୍ରିକସନ୍ ଡୋଜ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଯେଉଁମାନେ ପ୍ରିକସନାରୀ ଡୋଜ୍ ନେବେ ସେଥିପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଚାଲିଛି । କୋ-ଓ୍ୱିନ୍ ପୋର୍ଟାଲ ଜରିଆରେ ସ୍ଲଟ୍ ବୁକିଂ କରିପାରିବେ ।

ପ୍ରିକସନ୍ ଡୋଜ୍ ନେବାକୁ ଥିବା ଲୋକଙ୍କୁ ରେଜିଷ୍ଟ୍ରେସନ୍ କରିବା ଆବଶ୍ୟକ ନାହିଁ । ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ପ୍ରମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଯେଉଁମାନେ ପୂର୍ବରୁ ଟିକାର ଦୁଇଟି ଡୋଜ୍ ନେଇଥିବେ ସେମାନେ ପ୍ରିକସନ୍ ଡୋଜ୍ ନେବାକୁ କେବଳ ସ୍ଲଟ୍ ବୁକିଂ କରିବେ । ନଚେତ୍ ଟିକାକରଣ କେନ୍ଦ୍ରକୁ ଆସି ଅନସାଇଟରେ ଟିକା ନେଇ ପାରିବେ ।

ଯିଏ ପୂର୍ବରୁ ଯେଉଁ ଟିକା ନେଇଥିଲେ ପ୍ରିକସନ୍ ଡୋଜ୍ ଭାବରେ ସେହି ଟିକା ନେବେ । ଅର୍ଥାତ୍ ଯିଏ କୋଭାକ୍ସିନ୍ ନେଇଥିଲେ ସେମାନେ କୋଭାକ୍ସିନ୍ ଓ ଯିଏ କୋଭିସିଲ୍ଡ ନେଇଥିଲେ ସିଏ କୋଭିସିଲ୍ଡ ଟିକା ପ୍ରିକସନାରୀ ଡୋଜ୍ ଭାବରେ ହିଁ ନେବେ । ଡିସେମ୍ୱର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରିକସନାରୀ ଡୋଜ୍ ନେଇ ଘୋଷଣା କରିଥିଲେ ।

Leave A Reply

Your email address will not be published.