Latest Odisha News

BREAKING NEWS

ବଢୁଛି ଡେଲ୍‌ଟା ସଂକ୍ରମଣ; ଚିନ୍ତାରେ ସରକାର

ବେଜିଂ: ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ସଂକ୍ରମଣ କାରଣରୁ ଚୀନ୍ ଏବେ ଚିନ୍ତାରେ ପଡ଼ିଯାଇଛି। ଦିନକୁ ଦିନ ବଢିଚାଲିଛି ସଂକ୍ରମଣ। ଦେଶର ଅନ୍ୟ ସ୍ଥାନ ତୁଳନାରେ ଉତ୍ତରପୂର୍ବ ଅଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ମଧ୍ୟରେ ମୋଟ ୧୩୦୮ ସଂକ୍ରମଣ ହୋଇଥିବା ମାମଲା ରିପୋର୍ଟ କରାଯାଇଥିଲା, ଏହା ଚୀନ୍‌ର ସବୁଠାରୁ ବ୍ୟାପକ ଡେଲଟା ବିସ୍ତାରକୁ ଚିହ୍ନିତ କରିଛି। ଯାହା ଚୀନ୍‌ରେ ଏବେ ପ୍ରଭାବ ବିସ୍ତାର କରୁଛି। ଚୀନ୍ କର୍ତ୍ତୃପକ୍ଷ ଏହି ସଂକ୍ରମଣ ବିସ୍ତାରକୁ ରୋକିବା ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

Comments are closed.