Latest Odisha News

BREAKING NEWS

ଆମେରିକାରେ ଚାକିରୀ ପ୍ରତି ହେଉଛି ମୋହ ଭଙ୍ଗ, ଛୁଟୁଛି ଇସ୍ତଫାର ସୁଅ

ନୂଆଦିଲ୍ଲୀ:ଉତମ କ୍ୟାରିୟର ଏବଂ ଅଧିକ ଅର୍ଥ ରୋଜଗାର ପାଇଁ ଆମେରିକାକୁ ଚାକିରୀ ନିମନ୍ତେ ବିଭିନ୍ନ ଦେଶରୁ ଲୋକ ଏଠାକୁ ଆସିଥାନ୍ତି । କରୋନା ମହାମାରୀ ପରେ ଏବେ କିନ୍ତୁ ବଡ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଚୀନ ପରେ ଆମେରିକାରେ ଚାକିରୀ ପ୍ରତି ଯୁବପିଢ଼ୀଙ୍କ ମୋହ ଭଙ୍ଗ ହେଉଛି । ଅଗଷ୍ଟରେ ୪୩ଲକ୍ଷ ଓ ସେପ୍ଟେମ୍ବରରେ ୪୫ ଲକ୍ଷ ଇସ୍ତଫା ଦେଇ ସାରିଲେଣି । ଅକ୍ଟୋବର ଡାଟା ଏ ପର୍ଯ୍ୟନ୍ତ ମିଳି ନାହିଁ । ୱାଶିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଥିରେ ମହିଳାଙ୍କ ସଂଖ୍ୟା ପୁରୁଷ ତୁଳନାରେ ଅଧିକ ରହିଛି । ମନ ମୁତାବକ ଛୁଟି ନ ମିଳିବା, କାମର ବୋଝ ଓ କମ୍ପାନୀମାନଙ୍କ ବ୍ୟବହାରକୁ ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି ।

BjdElectrycity

ଏହା ବ୍ୟତୀତ କରୋନା ସମୟରେ ୱର୍କ ଫର୍ମ ହୋମ ଯୋଗୁ ପରିବାର ସହିତ ସମୟ କାଟିବାକୁ ସୁଯୋଗ ମିଳିଥିଲା । ଏବେ ଏହାକୁ ସେମାନେ ହାତଛଡା କରିବାକୁ ଚାହୁଁ ନାହାନ୍ତି । ଏଥିଯୋଗୁ ବଡ ବଡ କମ୍ପାନରଗୁଡିକରେ ଧିରେ ଧିରେ ଦକ୍ଷ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଲାଣି । ନିଜସ୍ୱ ସଂସ୍ଥା ପ୍ରତି ଏବେକାର ଯୁବପିଢ଼ୀ ବେଶ ଆଗ୍ରହ ପ୍ରକାଶ କରିବା ମଧ୍ୟ ଏହାର କାରଣ ଭାବେ ବିବେଚନା କରାଯାଉଛି ।

Leave A Reply

Your email address will not be published.