Latest Odisha News

BREAKING NEWS

କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌ ଓମିକ୍ରନ୍‌ ବିରୁଦ୍ଧରେ ୯୦% ପ୍ରଭାବଶାଳୀ

ନୂଆଦିଲ୍ଲୀ: କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ କହିଛି ଯେ କୋଭାକ୍ସିନ୍‌ର ବୁଷ୍ଟର୍ ଡୋଜ୍ ଉଭୟ ଓମିକ୍ରନ୍ (B.1.529) ଏବଂ ଡେଲଟା (B.1.617.2) ବିରୁଦ୍ଧରେ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି କରିଛି।

ତଥ୍ୟ ଅନୁଯାୟୀ କୋଭାକ୍ସିନ୍‌ ବୁଷ୍ଟର ଡୋଜ ଡେଲଟା ବିରୁଦ୍ଧରେ ୧୦୦% ପ୍ରଭାବଶାଳୀ ରହିଥିବା ‌ବେଳେ ଓମିକ୍ରନ୍‌ ବିରୁଦ୍ଧରେ ୯୦% କାମ କରୁଥିବା ଦେଖିବାକୁ ମିଳିଛି।

ଏକ ବିବୃତ୍ତିରେ, ଟିକା ନିର୍ମାତା ଇମୋରୀ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଅଧ୍ୟୟନର ଫଳାଫଳ ଘୋଷଣା କରି ଦର୍ଶାଇଛନ୍ତି ଯେ କୋଭାକ୍ସିନ୍ ଟିକାର ୨ଟି ଡୋଜ୍‌ ନେବାର ୬ ମାସ ପରେ ବୁଷ୍ଟର୍ ଡୋଜ୍ ଗ୍ରହଣ କରିଥିବା ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା।

Comments are closed, but trackbacks and pingbacks are open.