Latest Odisha News

BREAKING NEWS

କରୋନା ମୁକାବିଲା: ୩ ଦିନ ଭିତରେ ପ୍ରସ୍ତୁତ ହେବ ନିର୍ବାଚନ ଗାଇଡଲାଇନ୍‌

ନୂଆଦିଲ୍ଲୀ: ପୁରା ଦୁନିଆକୁ କବଳିତ କରିଛି ମହାମାରୀ କରୋନା । କରୋନା ସଂକ୍ରମଣରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ଏହାରି ଭିତରେ ନିର୍ବାଚନ ପାଇଁ ପ୍ରସ୍ତୁତି ନିର୍ଦ୍ଦେଶାବଳୀକୁ ଆଜି ମଂଜୁରୀ ମିଳିଛି । ନୂଆ ଗାଇଡ଼ଲାଇନକୁ ମଞ୍ଜୁରି ଦେଇଛି ଭାରତୀୟ ନିର୍ବାଚନ କମିସନ ।

ସାମାଜିକ ଦୂରତା ରଖି ନିର୍ବାଚନୀ ବୈଠକ ହୋଇପାରିବ । କରୋନାରେ ହେବାକୁ ଥିବା ସବୁ ନିର୍ବାଚନ ପାଇଁ ନିୟମ ଲାଗୁ ହେବ । ପୂର୍ବରୁ ସର୍ବଦଳୀୟ ବୈଠକ ଡାକି ଏନେଇ ମତାମତ ନେଇଥିଲେ ନିର୍ମାଚନ କମିସନ । ଏହାସହ ୩ଦିନ ଭିତରେ ନିର୍ବାଚନ ପାଇଁ ବିସ୍ତୃତ ଭାବେ ଗାଇଡ଼ଲାଇନ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.