ପାରାଦୀପ: ଆନ୍ଦୋଳନ ନାଁରେ କୋଭିଡ-19 ଓ ୧୪୪ ଧାରାକୁ ଉଲ୍ଲଘଂନ କରିଛି ପାରାଦୀପର ଏକ ଶ୍ରମିକ ସଂଗଠନ। ୫୦୦ ଶହରୁ ଉର୍ଦ୍ଧ୍ଵ ଶ୍ରମିକଙ୍କୁ ନେଇ ଆଇଓସିଏଲ ସମ୍ମୁଖରେ ଆନ୍ଦୋଳନ କରିଛି ପେଟ୍ରୋଲିୟମ ପ୍ରଡକ୍ଟସ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିୟର୍ସ ଏମ୍ଲୋଏ ୟୁନିଅନ। ଆଇଓସିଏଲର ମେଣ୍ଟେନାସ୍ କାର୍ଯ୍ୟ ପାଇଁ କମ୍ପାନୀ ଚାରିପାଖରେ ୧୪୪ ଧାରା ଜାରି କରାଯାଇଥିବା ବେଳେ କୋଭିଡ-19 ନିୟମ ଅନୁସାରେ ସୋସିଆଲ ଡିଷ୍ଟାନ୍ସ ମଧ୍ୟ ମେଣ୍ଟେନ କରି ନାହିଁ ଏହି ଶ୍ରମିକ ସଙ୍ଗଠନ ।
ତେବେ ଆଇଓସିଏଲ ଶ୍ରମିକ ମାନଙ୍କୁ ସାନିଟାଇଜର, ମାସ୍, ଦେଉନଥିବା ବେଳେ ବାହାର ରାଜ୍ୟରୁ ସଂକ୍ରମିତ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରି ସ୍ଥାନୀୟ ଶ୍ରମିକଙ୍କୁ ମଧ୍ୟ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଆଇଓସିଏଲ ପକ୍ଷରୁ ରାଜ୍ୟ ସରକାର କରୋନା ମୃତ୍ୟୁ ପାଇଁ ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ଆଇଓସିଏଲ ପ୍ରଦାନ କରିବା, କାମ କରୁଥିବା ଶ୍ରମିକମାନଙ୍କୁ ସଙ୍ଘରୋଧରେ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ବିଭିନ୍ନ ଦାବୀକୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଥିଲା ଶ୍ରମିକ ସଙ୍ଗଠନ ।
ମାତ୍ର ଆନ୍ଦୋଳନରେ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରାଯାଇ ନଥିଲା। ଆନ୍ଦୋଳନ ସମ୍ପର୍କରେ ଶ୍ରମିକ ସଙ୍ଗଠନ ପକ୍ଷରୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା ଏବଂ ସେମାନେ ହଠାତ୍ ଆନ୍ଦୋଳନ କରିଥିଲେ। ତେଣୁ ଉକ୍ତ ଶ୍ରମିକ ସଙ୍ଗଠନ କୁ କୋଭିଡ-19 ଓ ୧୪୪ ଧାରା ଉଲଂଘନ ଅଭିଯୋଗରେ ନୋଟିସ୍ କରାଯିବ ବୋଲି ଜଗତସିଂହପୁର ଏସପି ପ୍ରକାଶ କରିଛନ୍ତି।
Comments are closed.