Latest Odisha News

BREAKING NEWS

ଆଣ୍ଡାମାନର ବିରଳ ଆଦିବାସୀଙ୍କୁ କରୋନା

ପୋର୍ଟବ୍ଲେୟାର: ବ୍ୟାପୁଛି କରୋନା । ଦିନକୁ ଦିନ ନେଉଛି ଭୟଙ୍କର ରୂପ । ବିଶ୍ୱର ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି ।

ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଏକ ବିରଳ ଆଦିବାସୀ ସମ୍ପ୍ରଦାୟରେ ବ୍ୟାପିବାରେ ଲାଗିଲାଣି କରୋନା। ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଏହି ଜନଜାତିରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରେ ପ୍ରକାଶ ।

ସୂଚନା ମୁତାବକ ଆଣ୍ଡାମାନ-ନିକୋବରରେ ବସବାସ କରୁଥିବା ଏହି ବିରଳ ପ୍ରଜାତିର ୩୭ ଜଣ ଆଦିବାସୀ ଏକାଠି ହୋଇ ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇ ରହିଥିବା ବେଳେ ଏମାନଙ୍କ ଭିତରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏମାନେ ଅତି ବିରଳ ପ୍ରଜାତିର ଆଦିବାସୀ ହୋଇଥିବା ବେଳେ ଏମାନଙ୍କ ବଂଶ ଲୋପ ପାଇଯିବାରୁ ବଞ୍ଚାଇବା ପାଇଁ ଏକ ସ୍ବାସ୍ଥ୍ୟକର୍ମୀଙ୍କ ଦଳ ସେଠାକୁ ପଠାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ସମ୍ପ୍ରଦାୟର ୪ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.