Latest Odisha News

BREAKING NEWS

ସଂକ୍ରମଣ ବଢିଲେ, ପୁଣି ଖୋଲିବ କୋଭିଡ ହସ୍ପିଟାଲ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ ଯେହେତୁ ଜୀବନ ଜୀବିକା ପାଇଁ ଯାତାୟତ ଚାଲିଛି, ତେଣୁ ଲୋକ ଯିବା ଆସିବା କରୁଛନ୍ତି। ଭଦ୍ରକରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି। ହେଲେ ଯଦି ସେ ସଂକ୍ରମିତ ହୁଅନ୍ତି ତାହେଲେ ତାହାକୁ ମହାରାଷ୍ଟ୍ର ଷ୍ଟ୍ରେନ କହି ପାରିବା ନାହିଁ।

ଆହୁରି ମଧ୍ୟ ଜିନମ ସିକ୍ବେନ୍ସ ହେବା ପରେ ଜଣାପଡ଼ିବ ଯେ ମହାରାଷ୍ଟ୍ର ଷ୍ଟ୍ରେନ ନା ନୁହେଁ। ସଂକ୍ରମଣ ଆସିବାର ସମ୍ଭାବନା ଅଛି। ହେଲେ ନିୟମାବଳୀ ମାନି ଚାଲିଲେ, ବ୍ୟାପିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ଆବଶ୍ୟକ ସ୍ଥଳେ ଟେଷ୍ଟ ବଢାଯିବା ନେଇ ଚିନ୍ତା କରାଯାଉଥିବା ବେଳେ ସର୍ଭିଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ରହିଛି। ଯେହେତୁ ପାଞ୍ଚଟା ରାଜ୍ୟରେ କରୋନା ଗ୍ରାଫ୍ ବଢିଲାଣି ସେଥିପାଇଁ ସତର୍କ ରହିବାକୁ କେନ୍ଦ୍ର ସରକାର କହିଛନ୍ତି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଆମେ ଆଶା କରୁଛୁ ମାର୍ଚ୍ଚ ମାସରୁ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକା ଦେବୁ। ଆମେ ପଞ୍ଜିକରଣ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ଏବେ କୋଭିଡ ହସ୍ପିଟାଲ ବନ୍ଦ ଅଛି। ତେବେ ସଂକ୍ରମଣ ବଢିଲେ ପୁଣି କୋଭିଡ ହସ୍ପିଟାଲ ଖୋଲିବ। ଆମ ପାଖରେ ସବୁ ଭିତ୍ତିଭୂମି ମହଜୁଦ ଅଛି ବୋଲି କହିଛନ୍ତି ଡାକ୍ତର ନିରଂଜନ ମିଶ୍ର।

Comments are closed.