Latest Odisha News

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ତିନିଟି କୋଭିଡ୧୯ ହସ୍ପିଟାଲ

ଭୁବନେଶ୍ୱର: ଶୁକ୍ରବାର ଓଡିଶାରେ ତିନିଟି କୋଭିଡ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଉ ନଅଟିକୁ ଖୁବ୍ ଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୦ ଶଯ୍ୟା ବିଶିଷ୍ଟ ଗଂଜାମ ଶିତଳାପଲ୍ଲୀ କୋଭିଡ ୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଥିଲେ । ସେପଟେ ୧୫୦ ଶଯ୍ୟା ବିଶିଷ୍ଟ ଯାଜପୁର ଡୁବୁରୀ ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ । ସେହିପରି ଯୋଡାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ତିନିଟି ଯାକ ହସ୍ପିଟାଲକୁ ଟାଟା ଷ୍ଟିଲ ଆର୍ଥିକ ସହାୟତା ଦେଉଛି ।

ଗଂଜାମ ଶୀତଳାପଲ୍ଲୀ ହସ୍ପିଟାଲରେ ୧୫ଟି ଭେଣ୍ଟିଲେଟର ଥିବା ଆଇସିୟୁ, ୪୦ଟି ଆଇସୋଲେସନ ଶଯ୍ୟା ସହ ୧୨୦ଟି ସାଧାରଣ ଶଯ୍ୟାର ବ୍ୟବସ୍ଥା ହୋଇଛି । ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱତନ୍ତ୍ର ପାରାମେଡିକାଲ କର୍ମଚାରୀ ଓ ଏମକେସିଜି ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।

ଡୁବୁରୀ ଟାଟା ଷ୍ଟିଲ ମେଡିକା ହସ୍ପିଟାଲର ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଯାଜପୁର ତଥା ଏହାର ପଡୋଶୀ ଜିଲ୍ଲାର କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଏଠରେ ସୁବିଧା ହୋଇପାରିବ ବୋଲି ଆଶା ରହିଛି ।

Leave A Reply

Your email address will not be published.