ଭୁବନେଶ୍ୱର: କରୋନା ବିରୋଧୀ ଲଢ଼େଇର ଆଗଧାଡିର ଯୋଦ୍ଧା ହେଉଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ । ଯେଉଁମାନେ ସିଧାସଳଖ କରୋନା ସହ ଲଢ଼େଇ କରୁଛନ୍ତି । କିନ୍ତୁ ଆମ ପୋଲିସ ବାବୁମାନେ କିନ୍ତୁ ଏହାକୁ ବୁଝୁ ନାହାନ୍ତି । ଲକଡାଉନ୍ ବେଳେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ହସ୍ପିଟାଲରେ ପହଂଚିବା ପାଇଁ ହଇରାଣ ହେବାକୁ ପଡିଛି । ଏନେଇ ସେ ନୟାପଲ୍ଲି ଥାନା ଆଇଆଇସିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।
ସୂଚନା ମୁତାବକ, ମହିଳା ଡାକ୍ତର ଜଣକ ନିଜ ଭାଇଙ୍କ ସହ କାର୍ରେ ହସ୍ପିଟାଲକୁ ଯିବା ବେଳେ ବାଟରେ ପୋଲିସ ତାଙ୍କୁ ପାସ୍ ପାଇଁ ବାରମ୍ବାର ଅଟକାଇଥିଲା । ପୋଲିସ ପ୍ରାୟ ଅଧ ଘଂଟା ଧରି ମହିଳା ଡାକ୍ତର ଓ ତାଙ୍କ ଭାଇଙ୍କୁ ଅଟକାଇଥିଲେ । ଏନେଇ ମହିଳା ଡାକ୍ତରଙ୍କ ଭାଇ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ।
@CMO_Odisha @Naveen_Odisha Sir ଆପଣ 5t ର କଥା କହୁଥିବା ବେଳେ ଡାକ୍ତର ମାନଙ୍କୁ ଦେଶ ସନମାନ ଦେଉଥିବା ବେଳେNayapalli IICଯେଉଁ ଖରାପ ବ୍ୟବହାର କରୁଛନ୍ତି ତାହା ଦୁଃଖଦ
ଆଜି ଥାନା ରେ ହେଇଥିବା ଅପମାନ ର ବିଚାର ଆପଣ କରିବେ ବୋଲି ଆଶା
Boycott ur Pass #Covid_19india@cpbbsrctc @ManoranjanMedia @kanak_news @otvnews pic.twitter.com/6ng45dVDZY— Nihar Ranjan Behera (@niharINC) April 12, 2020
ସେ କହିଛନ୍ତି ଯେ, ଯେଉଁଠି ୫ଟିର କଥା କୁହାଯାଉଛି ଏବଂ ଡାକ୍ତରମାନଙ୍କୁ ସମ୍ମାନ ଦେବା ପାଇଁ କୁହାଯାଉଛି ସେଠି ନୟାପଲ୍ଲୀ ଆଇଆଇସି ଯେଉଁ ଖରାପ ବ୍ୟବହାର କରିଛନ୍ତି ତାହା ଅତି ଦୁôଃଖଦ ଘଟଣା । ଏଭଳି ସଂକଟ ସ୍ଥିତିରେ ପୋଲିସ ବାବୁଙ୍କ ସମୟଠାରୁ ଅଧିକ ମୂଳ୍ୟବାନ ଜଣେ ଡାକ୍ତରଙ୍କ ସମୟ ।
ବିନା ପାସ୍ରେ ସ୍ୱାସ୍ଥ୍ୟକର୍ମୀ ଲକଡାଉନ୍ ସମୟରେ ମୁକ୍ତ ଭାବେ ଚଳପ୍ରଚଳ କରିପାରିବେ ବୋଲି ସରକାର ଅନୁମତି ରହିଛି । ତେବେ ଡ୍ୟୁଟିରେ ଥିବା କିଛି ପୋଲିସ ଅଫିସର କିନ୍ତୁ ଏହି ନିର୍ଦ୍ଦେଶକୁ ଭୁଲି ଯାଇଥିବା ମହିଳା ଡାକ୍ତର ଜଣକ ଅଭିଯୋଗ କରିଛନ୍ତି ।
Comments are closed.