ଭୁବନେଶ୍ୱର: କରୋନା ମୁକାବିଳା ପାଇଁ ଚାରିଆଡେ ଜାରି ରହିଛି ସଂଘର୍ଷ । ରାଜ୍ୟ ସରକାର ମଧ୍ୟ ଜୋର୍ସୋର ପ୍ରସ୍ତୁତି ଚଲାଇଛନ୍ତି । ଏହାରି ଭିତରେ ପିଡିଏସ୍ ଯୋଗାଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ନେଇ ଯୋଗାଣ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏଯାଏଁ ୩୦ ପ୍ରତିଶତ ହିତାଧିକାରୀଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚି ସାରିଲାଣି । ୧୦ ଦିନ ଭିତରେ ସବୁ ହିତାଧିକାରୀଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚି ବୋଲିି ରାଜ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଏଥିସହ ସେ ଆହୁରି କହିଛନ୍ତି ଯେ, ମାସେ ଯାଏଁ ଆମ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । କଳାବଜାରୀ ଉପରେ ବିଭାଗ କଡା ନଜର ରହିଛି ବୋଲି ସେ କହିଛନ୍ତି । ଏଭଳି ବିପର୍ଯ୍ୟୟ ସମୟରେ ସମବାୟ ବିଭାଗର କୋପରେଟିଭି ସଂସ୍ଥା ସିଏମ୍ଆର୍ଏଫ୍କୁ ଅନେକ ସଂସ୍ଥା ସହାୟତାର ହାତ ବଢ଼ାଇଛନ୍ତି ।
କଟକ ସେଂଟ୍ରାଲ କୋଅପରେଟିଭ ସଂସ୍ଥା ୫ କୋଟି ୩ ଲକ୍ଷ ସମବାୟ ବିଭାଗକୁ ଦେଇଛି । ସେହପରି ଭବାନୀପଟାଣା କୋପରେଟିଭ ସଂସ୍ଥା ୫ ଲକ୍ଷ ଓ ବଲାଙ୍ଗିର କୋପରେଟିଭି ସଂସ୍ଥା ୫ଲକ୍ଷ ଦେଇଛନ୍ତି ।
BREAKING NEWS
- ଆସିଲା ତାରିଖ, ୨୦ରେ ରାଜ୍ୟସଭା ଉପନିର୍ବାଚନ
- ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
- ଆଇପିଏଲ ମେଗା ନିଲାମ ପରେ କେଉଁ ଟିମ ହେଲା ମଜଭୁତ
- ସମ୍ବିଧାନ ଦିବସ: ହସ୍ପିଟାଲ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
- ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ
- ଭୁଶୁଡିଲା ୧୫୦ ବର୍ଷ ପୁରୁଣା ବ୍ରିଟିଶ ଯୁଗର ସେତୁ
- ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ
- ବିଧାୟକ ଆକ୍ରମଣ ଘଟଣା: ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍
- ଅଁଳା ଆଚାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?
- ଇମ୍ରାନ ସମର୍ଥକ ରାଲିରେ ହିଂସା: ୫ ମୃତ, ସୁଟ୍ ଆଟ୍ ସାଇଟ୍ ଅର୍ଡର ଜାରି
Comments are closed.