Latest Odisha News

BREAKING NEWS

ଆଲର୍ଟ: ଲକଡାଉନର ଫାଇଦା ଉଠାଇ ଦିଲ୍ଲୀ ପୋଲିସଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ନିୟମ ପାଳନ କରାଯାଉଛି । ଏହାକୁ ସୁଚାରୁରୂପେ ପାଳନ କରିବା ପାଇଁ ଅନେକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ଏଜେନ୍ସିକୁ ମିଳିଥିବା ରିପୋର୍ଟ ମୁତାବକ ଆଇଏସ ଆତଙ୍କବାଦୀ ଏହାର ଫାଇଦା ଉଠାଇ ଡୁ୍ୟଟି କରୁଥିବା ପୋଲିସକୁ ଟାର୍ଗେଟ କରିବା ଲକ୍ଷ୍ୟରେ ରହିଛି ।

ଖବର ପାଇବା ପରେ ଏଥିନେଇ ସମସ୍ତ ପୋଲିସଙ୍କୁ ସତର୍କ କରାଯିବା ସହ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ମଧ୍ୟ ପ୍ରଦାନ କରାଯାଇଛି । ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଡିସିପି(ସ୍ପେଶାଲ ସେଲ୍) ସଞ୍ଜିବ କୁମାର ଯାଦବ କହିଛନ୍ତି । ୮ ମାର୍ଚ୍ଚରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ଜେରା ବେଳେ ପୋଲିସ ହାତରେ ଏହି ତଥ୍ୟ ଲାଗିଥିଲା ।

Leave A Reply

Your email address will not be published.