Latest Odisha News

BREAKING NEWS

କୋଭିଡ-୧୯: ଲକଡାଉନ ନିୟମ ଭାଙ୍ଗି ୬୭ହଜାରର ତଣ୍ଡ ଗଣିଲେ ବାଇକ ଚାଳକ

ଭଦ୍ରକ: ସୋମବାର ଦିନ ଭଦ୍ରକରେ ୧୧ଜଣ ବାଇକ ଚାଳକ କୋଭିଡ-୧୯ ଲକଡାଉନ ନିୟମର ଉଲ୍ଲଙ୍ଘନ କରି ଜରିମାନା ଭରିଛନ୍ତି । ଭଦ୍ରକ ଜିଲ୍ଲା ଆରଟିଓ ଲକଡାଉନ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟ୍ ୬୭ହଜାର ଟଙ୍କା ସଂଗ୍ରହ କରିଛନ୍ତି ।

ଏହାପୂର୍ବରୁ ଆଜି ଜଣେ ବ୍ୟବସାୟୀଙ୍କୁ ଲକଡାଉନ ନିୟମ ଭାଙ୍ଗିବାରୁ ପୋଲିସ ଗିରଫ କରିଥିଲା । ଭଦ୍ରକ ଜିଲ୍ଲା ଗବା ସାହିର ସିମେଣ୍ଟ ଦୋକାନୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ-୧୯କୁ ନେଇ ଜାରି ହୋଇଥିବା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

Leave A Reply

Your email address will not be published.