Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ଫି’ କମାଇବେନି ଓଡ଼ିଶାର ଘରୋଇ ସ୍କୁଲ

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ଯୋଗୁଁ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସ୍କୁଲ ଫି ହ୍ରାସ କିମ୍ବା ସ୍ଥଗିତ ରଖିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିବାବେଳେ ଓଡିଶା ଘରୋଇ ବିଦ୍ୟାଳୟ ଶିକ୍ଷକ ସଂଘ ବିଦ୍ୟାଳୟ ଫି’ ଛାଡିବାକୁ ଅକ୍ଷମତା ପ୍ରକାଶ କରିଛି।

ଅଭିଭାବକ ମାନଙ୍କୁ ଏକ ଚିଠିରେ ଆସୋସିଏସନର ଅଧ୍ୟକ୍ଷ ବଦ୍ରି ନାରାୟଣ ପଟ୍ଟନାୟକ ଶନିବାର ଦିନ କହିଛନ୍ତି ଯେ ସେମାନଙ୍କ ପାଇଁ ସ୍କୁଲ ଫି ଛାଡ କରିବା ସମ୍ଭବ ନୁହେଁ। ତଥାପି ଆମେ ବିନା ଫାଇନରେ ସ୍କୁଲ ଫି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି।

“ଆମକୁ ସ୍କୁଲ ଶିକ୍ଷକମାନଙ୍କୁ ଦରମା ଦେବାକୁ ପଡିବ କାରଣ ସେମାନେ ଲକଡାଉନ୍ ସମୟରେ ମଧ୍ୟ ପ୍ରାୟ ୮୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ପ୍ରଦାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସୋସିଏସନ ସମସ୍ତ ଘରୋଇ ବିଦ୍ୟାଳୟକୁ ଆଗାମୀ ତିନିମାସ ତଥା ଜୁନ ପର୍ଯ୍ୟନ୍ତ ସ୍କୁଲ ଫି ଆଦାୟକୁ ସ୍ଥଗିତ ରଖିବାକୁ କୁହାଯାଇଛି” ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓପିଏସଟିଏ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ ଓଡିଶା ଅଭିଭାବାକ ମହାସଙ୍ଗ ଅଭିଯୋଗ କରିଛନ୍ତି ଯେ କେତେକ ଘରୋଇ ବିଦ୍ୟାଳୟର ମାଲିକମାନେ ଛାତ୍ରମାନଙ୍କଠାରୁ ଅତ୍ୟଧିକ ସ୍କୁଲ ଫି ସଂଗ୍ରହ କରୁଛନ୍ତି। ଏପରିକି ମିଥ୍ୟା ତଥ୍ୟ ଦେଇ ଅଭିଭାବକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି।

“ନିୟମ ଅନୁଯାୟୀ, ଘରୋଇ ବିଦ୍ୟାଳୟଗୁଡ଼ିକ ଶିକ୍ଷକମାନଙ୍କୁ ଦରମା ଯୋଗାଇବା ଏବଂ ସେମାନଙ୍କର ଆନୁଷଙ୍ଗିକ ଖର୍ଚ୍ଚ ପୂରଣ କରିବା ପାଇଁ ଏକ ଜରୁରୀକାଳୀନ ପାଣ୍ଠି ସୃଷ୍ଟି କରିବାକୁ ପଡ଼ିବ। ଆମେ ଚାହୁଁ ଯେ ମାଲିକମାନେ ବିଦ୍ୟାଳୟ ଆରମ୍ଭ କିମ୍ବା ପରେ ସେମାନଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ପ୍ରକାଶ କରନ୍ତୁ” ବୋଲି ମହାସଙ୍ଗ ଦାବି କରିଛନ୍ତି।

ଆହୁରି ମଧ୍ୟ “ରାଜ୍ୟରେ ଶିକ୍ଷାକୁ ବାଣିଜ୍ୟିକ କରିଥିବା ଘରୋଇ ବିଦ୍ୟାଳୟ ମାଲିକମାନେ ସବୁବେଳେ ଅନୁଷ୍ଠାନ ଚଳାଇବାରେ କ୍ଷତି ସହୁଛନ୍ତି ବୋଲି କୁହନ୍ତି। ତେବେ ସେମାନେ କିପରି ରାଜ୍ୟରେ ଅଧିକ ଶାଖା ଖୋଲିବାକୁ ସକ୍ଷମ” ବୋଲି ମହାସଙ୍ଗ ପଚାରିଥିଲେ।

Comments are closed.