Latest Odisha News

BREAKING NEWS

କୋଭିଡ୍‌-୧୯ ଲକ୍‌ଡ଼ାଉନ୍‌: ଟେଲିକମ୍ କର୍ମଚାରୀଙ୍କୁ ପୋଲିସ ନ’ପିଟିବା ଲାଗି କେନ୍ଦ୍ରର ଅନୁରୋଧ

ଭୁବନେଶ୍ୱର: ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡ଼ାଉନ୍ ଚାଲିଥିବା ବେଳେ ଓଡ଼ିଶା ପୋଲିସ ରାଜ୍ୟର କେତେକ ଟେଲିକମ୍ୟୁନିକେସନ କର୍ମଚାରୀଙ୍କୁ ନିର୍ଦ୍ଦୁମ ପିଟିଥିବାର ଅଭିଯୋଗ ଆସିଥିଲା । ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଏହି ଷ୍ଟାଫମାନଙ୍କୁ ନପିଟିବାକୁ ଓଡ଼ିଶା ପୋଲିସକୁ ଅନୁରୋଧ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପୂର୍ବକ ପୋଲିସ ପଦକ୍ଷେପ ଗ୍ରହଣ କରୁ ।

ଏପରି କେତେ ଗୁଡ଼ିଏ ଘଟଣା ନଜରକୁ ଆସିବା ପରେ ଟେଲିକମ ବିଭାଗର କେତେଜଣ ଇଞ୍ଜିନିୟର ଏବଂ ଟେକ୍ନିସିଆନ ଯୁଦ୍ଧକାଳୀନ ଭିତ୍ତିରେ ସେବା କାର୍ଯ୍ୟ କରିବାରେ ଅନିଛୁକ ହୋଇପଡ଼ିଛନ୍ତି । ଯୋଗାଯୋଗ ମନ୍ତ୍ରଣାଳୟର ରାଜ୍ୟ ଯୋଗାଯୋଗ ବିପର୍ଯ୍ୟୟ ସମନ୍ୱୟ କମିଟିର ଚେୟାରମ୍ୟାନ ଏ ମହାନ୍ତି ଏନେଇ ଜିଲ୍ଲା ଏସପିଙ୍କୁ ରବିବାର ଦିନ ଏକ ପତ୍ର ଲେଖିଛନ୍ତି ।

“ଏପରି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଯୋଗାଯୋଗ ବିଭାଗ ପକ୍ଷରୁ ତୁରନ୍ତ ସେବା ଯୋଗାଇ ଦିଆଯାଇ ଆଇନ ଓ କାନୁନ ତଥା ରିଲିଫ ବ୍ୟବସ୍ଥା ବଜାୟ ରଖିବାରେ ସମ୍ଭବ ହୋଇପାରିଥାଏ । ଏପରି ସମୟରେ ଟେଲିକମ ବିଭାଗ ପକ୍ଷରୁ ରାତି ଦିନ ସେବା କାର୍ଯ୍ୟ ଯୋଗାଇ ଦିଆଯିବା ସହିତ ଏହା ଫଳରେ ଇ-କମର୍ସ ଏବଂ ଇଣ୍ଟରନେଟ ସେବା ମଧ୍ୟ ତ୍ୱରାନ୍ୱିତ ହୋଇପାରିଥାଏ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଟେଲିକମ ସେବା କିପରି ସ୍ୱାଭାବିକ ହୋଇପାରିବ ସେଥିଲାଗି ଆମ ସହିତ ପଦକ୍ଷେପ ଗ୍ରହଣ ଜରୁରୀ ।” ଏହା ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ମହାନ୍ତି ।

ଏପରିକି ଶ୍ରୀ ମହାନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏବଂ ଯୁଗ୍ମ ସଚିବ (ଆଇଟି ଓ ଇଲେକ୍ଟ୍ରୋନିକ୍ସ) ଙ୍କୁ ପତ୍ର ମାଧ୍ୟମରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.