Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: କଟକରେ ୨ଟି ପର୍ଯ୍ୟାୟରେ ମାଲଗୋଦାମ ଚାଲିବ

କଟକ: କରୋନାଭାଇରସ ସଂକ୍ରମଣକୁ ରୋକିବାକୁ ନେଇ ସାମାଜିକ ଦୂରତାକୁ ପ୍ରଭାବଶାଳୀ କରିବା ପାଇଁ ମଙ୍ଗଳବାର ଦିନ ମାଲଗୋଦାମରେ ୨ଟି ପର୍ଯ୍ୟାୟରେ କାମ ଚାଲିବ । ଏନେଇ କଟକ ଚାମ୍ବର୍ସ ଅଫ କମର୍ସର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ସୂଚନା ଦେଇଛନ୍ତି ।

ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରିଟେଲ ବ୍ୟବସାୟ ଚାଲିବ । ମଧ୍ୟାହ୍ନ ୧୨ଟାରୁ ମାଲଗୋଦାମରେ ହୋଲସେଲ ବ୍ୟବସାୟ ଚାଲିବ । ମଧ୍ୟାହ୍ନ ୧୨ଟାରୁ ହୋଲସେଲ ବ୍ୟବସାୟୀ ଥିବା ପର୍ଯ୍ୟନ୍ତ କାମ ଚାଲିବ ।

ଲକଡାଉନ ସମୟରେ ଖାଦ୍ୟ ସାମଗ୍ରୀ ମହଜୁଦକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଛାଟୋଇ କହିଛନ୍ତି ଯେ, ଆସନ୍ତା ୨୦ରୁ ୨୫ ଦିନ ପର୍ଯ୍ୟନ୍ତ ମାଲଗୋଦାମରେ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି ।

ଓଡିଶାରେ ଖାଦ୍ୟ ସାମଗ୍ରୀର କୌଣସି ଅଭାବ ହେବ ନାହିଁ ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଲକଡାଉନ ସମୟରେ ଆବଶ୍ୟକୀୟ ସାମଗ୍ରୀର ମୁକ୍ତ ପ୍ରବାହ କରିବାକୁ ଆଶ୍ୱାସନା ଦେଇଛନ୍ତି ବୋଲି ଛାଟୋଇ କହିଛନ୍ତି ।

Leave A Reply

Your email address will not be published.