Latest Odisha News

BREAKING NEWS

ବିଜେପି ନେତା ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଭୋପାଳ: ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ ସୋମବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ଶିବରାଜ ଚୌହାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ଆଜି ସକାଳେ ମଧ୍ୟପ୍ରଦେଶ ବିଧାନସଭାର ନେତା ଭାବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚିତ ହୋଇଥିଲେ ।

ଶ୍ରୀ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ କହିଛନ୍ତି ଯେ, “ଜଣେ ବିଜେପି କର୍ମୀ ଭାବେ ମୁଁ ମଧ୍ୟପ୍ରଦେଶର ବିକାଶ ନିମନ୍ତେ ସଚ୍ଚୋଟତାର ସହିତ କାର୍ଯ୍ୟ କରିବି । ମାତ୍ର ବର୍ତ୍ତମାନ କୋଭିଡ୍ ୧୯ ଭୂତାଣୁ ସଂକ୍ରମଣକୁ ରୋକିବାକୁ ହିଁ ମୁଁ ପ୍ରାଥମିକତା ଦେବି ।”

Leave A Reply

Your email address will not be published.