Latest Odisha News

ଆଗାମୀ ୨ ମାସ ଅତି ଗୁରୁତ୍ବପୂର୍ଣ୍ଣ; ଭୟଙ୍କର ହୋଇପାରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଅନେକ ଦେଶରେ କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ଆତଙ୍କ ସୃଷ୍ଟି କରିସାରିଲାଣି। ଜାନୁଆରୀରୁ ଫେବୃଆରୀ ମାସ ଭିତରେ ଏହା ଭାରତରେ ଏହାର ଅଧିକ ମାମଲା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଡେଲ୍‌ଟା ପ୍ରଜାତି ଯେଉଁଭଳି ଭାବ‌ରେ କାୟା ବିସ୍ତାର କରିଥିଲା ଏହା ମଧ୍ୟ ସେପରି ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଓମିକ୍ରନ୍ ଦ୍ରୁତ ଗତିରେ ବଢୁଛି ଏବଂ ବର୍ତ୍ତମାନ ବିଶ୍ ୭୭ ଟି ଦେଶରେ ଏହା କାୟା ବିସ୍ତାର କଲାଣି। ତେବେ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଓମିକ୍ରନ୍‌କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବରଂ ଏହାକୁ ରୋକିବାର ଆବଶ୍ୟକତା ରହିଛି।

ନିକଟରେ ପ୍ରକାଶିତ ହୁର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଓମିକ୍ରନ୍ ର ପ୍ରଭାବ ଡେଲଟା ଭାରିଆଣ୍ଟ ଠାରୁ କମ୍ ହୋଇପାରେ।

Comments are closed.