କଟକ : ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହେଲା । କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍ସି । କୋଭିଡ଼ ସଂକ୍ରମଣ ବଢ଼ିବାରୁ ପ୍ରଶାସନ କଟକଣା କଡ଼ା କରିଛି । କଟକରେ ରହୁଥିବା ଲୋକଙ୍କ ସମେତ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।
Advisory on spreading of infectious diseases and containment of COVID-19 disease, declared by CMC. pic.twitter.com/96kbUr456I
— CMC,Cuttack (@CMCCuttack) July 2, 2022
ସେହିପରି ବାହାରକୁ ଗଲେ ବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ଏହାସହ ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ମଲ୍, ଦୋକାନରେ ସାମାଜିକ ଦୂରତ୍ୱ ନରହିଲେ ମାଲିକ ଦାୟୀ ରହିବେ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷେ, ଗତ ଗୁରୁବାର ଦିନ ବିଏମସି ପକ୍ଷରୁ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବାବେଳେ ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ବାହାରେ ଛେପ ପକାଇବା ମନା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବା ସହ ସପିଙ୍ଗ ମଲ୍, ଦୋକାନରେ ସାମାଜିକ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ଆଜି ବି ୨ ଶହ ଉପରେ ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Comments are closed.