Latest Odisha News

BREAKING NEWS

ବିଜେବି କଲେଜ ହଷ୍ଟେଲରେ କାହିଁକି ଆତ୍ମହତ୍ୟା କଲେ ଛାତ୍ରୀ ? ଜାଣନ୍ତୁ କାରଣ…

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତି ୩ ପ୍ରଥମ ବର୍ଷର କଳା ବିଭାଗର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟାର ପଛର କାରଣ ହେଉଛି ନିର୍ଯାତନା । ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଜଣଙ୍କ ହେଉଛନ୍ତି ରୁଚିକା ମହାନ୍ତି । ସେ ବିଜେବି କଲେଜର କାରୁବାକୀ ଛାତ୍ରୀ ନିବାସରେ ରହୁଥିଲେ ।

ସିନିୟର ଛାତ୍ରୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି ରୁଚିକା । କଲେଜର ୩ ଜଣ ଛାତ୍ରୀ ରୁଚିକାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ତେବେ ନିର୍ଯାତନା ଦେଉଥିବା ୩ ଜଣ ଛାତ୍ରୀ କିଏ ? ସେମାନଙ୍କ ସମ୍ପର୍କରେ ରୁଚିକା କିଛି ଲେଖି ନାହାନ୍ତି । କିନ୍ତୁ ସୁଇସାଇଡ୍ ନୋଟରୁ ସ୍ପଷ୍ଟ ସିନିୟରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ରୁଚିକା ଆତ୍ମହତ୍ୟା କରିଛନ୍ତି ।

ସୁଇସାଇଡ୍‌ ନୋଟ୍ ଆଧାରରେ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି ଛାତ୍ରୀଙ୍କ ମାଆ । ପୋଲିସରେ ଏତଲା ପରେ ଛାତ୍ରୀ ନିବାସକୁ ଆସି ପୋଲିସର ପଚରାଉଚରା ଆରମ୍ଭ କରିଛି । କମିଶନରେଟ୍ ପୋଲିସ କଲେଜ କ୍ୟାମ୍ପସର ଲେଡିଜ ହଷ୍ଟେଲରୁ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.